ଆହୁରି ଭୟଙ୍କର ହେବ ଯୁଦ୍ଧ! ୨୪ ଘଣ୍ଟାରେ ‘ଉତ୍ତର ଗାଜା’ ଖାଲି କରିବାକୁ ୧୧ ଲକ୍ଷ ଲୋକଙ୍କୁ ଆଦେଶ ଦେଲା ଇସ୍ରାଏଲ୍
ଆହୁରି ଭୟଙ୍କର ହେବ ଇସ୍ରାଏଲ୍-ହମାସ୍ ଯୁଦ୍ଧ। ୨୪ ଘଣ୍ଟାରେ ଉତ୍ତର ଗାଜା ଖାଲି କରିବାକୁ ୧୧ ଲକ୍ଷ ଲୋକଙ୍କୁ ଆଦେଶ ଦେଇଛି ଇସ୍ରାଏଲ୍। ଉତ୍ତର ଗାଜାବାସୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଗାଜା ପଳାୟନ କରିବାକୁ ଇସ୍ରାଏଲ୍ କହିଛି। କୁହାଯାଉଛି ଯେ ଆଜି ରାତିରେ ଇସ୍ରାଏଲ ଏଠାରେ ଏକ ବଡ଼ ଧରଣର ଆକ୍ରମଣ କରିବ।
ଆହୁରି ଭୟଙ୍କର ହେବ ଇସ୍ରାଏଲ୍-ହମାସ୍ ଯୁଦ୍ଧ। ୨୪ ଘଣ୍ଟାରେ ଉତ୍ତର ଗାଜା ଖାଲି କରିବାକୁ ୧୧ ଲକ୍ଷ ଲୋକଙ୍କୁ ଆଦେଶ ଦେଇଛି ଇସ୍ରାଏଲ୍। ଉତ୍ତର ଗାଜାବାସୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଗାଜା ପଳାୟନ କରିବାକୁ ଇସ୍ରାଏଲ୍ କହିଛି। କୁହାଯାଉଛି ଯେ ଆଜି ରାତିରେ ଇସ୍ରାଏଲ ଏଠାରେ ଏକ ବଡ଼ ଧରଣର ଆକ୍ରମଣ କରିବ। ଶୁକ୍ରବାର ଅନେକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଇସ୍ରାଏଲ୍ ଟ୍ୟାଙ୍କ ଗାଜା ଆଡ଼କୁ ଗତି କରୁଥିବା ଦେଖାଯାଉଛି।
ସେପଟେ ଇସ୍ରାଏଲର ଆଦେଶର କିଛି ଘଣ୍ଟା ପରେ ହମାସ ପାଲେଷ୍ଟାଇନମାନଙ୍କୁ ନିଜ ଘରେ ରହିବାକୁ ଆହ୍ଵାନ୍ କରିଛି। ଉତ୍ତର ଗାଜାରେ ପାଖାପାଖି ୧୧ ଲକ୍ଷ ଲୋକ ଅଛନ୍ତି। ରିପୋର୍ଟ ଅନୁସାରେ, ହମାସର ଅଧିକାରୀମାନେ ଉତ୍ତର ଗାଜାର ଲୋକଙ୍କୁ ନିଜ ଘରେ ସ୍ଥିର ରହିବାକୁ ଏବଂ ଏହି ଘୃଣ୍ୟ ମାନସିକ ଯୁଦ୍ଧ ସାମ୍ନାରେ ଦୃଢ଼ ଭାବରେ ଛିଡ଼ା ହେବାକୁ କହିଛନ୍ତି।
ତେବେ ଇସ୍ରାଏଲର ଏଭଳି ଆଦେଶରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ମିଳିତ ଜାତିସଂଘ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ ଗମ୍ଭୀର ରୂପେ ଅସୁସ୍ଥ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଅସମ୍ଭବ। ମିଳିତ ଜାତିସଂଘର ମୁଖପାତ୍ର କହିଛନ୍ତି, ଏହି ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ଏହା ଗାଜା ଜନସଂଖ୍ୟାର ଅଧା। ଇସ୍ରାଏଲ ଏହି ଆଦେଶ ପ୍ରତ୍ୟାହାର କରିନେବା ଉଚିତ୍।
ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ୍ ହେଗାରୀ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ମିଳିତ ଜାତିସଂଘର ରାୟ ଉପରେ ସହମତି ପ୍ରକାଶ କରିଛନ୍ତି। ଏହା ସହିତ ସେ ନିଜେ ସ୍ୱୀକାର କରିଛନ୍ତି ଯେ ୧୦ ଲକ୍ଷ ଲୋକଙ୍କୁ ଉତ୍ତର ଗାଜାରୁ ବାହାର କରିବାରେ ସମୟ ଲାଗିବ। ଏହା ଯୁଦ୍ଧ କ୍ଷେତ୍ର। ଆମେ ସେମାନଙ୍କୁ ମଉକା ଦେବାକୁ ଚେଷ୍ଟା କରୁଛୁ ଏବଂ ଅନେକ ଗୁଡ଼ିଏ ଉଦ୍ୟମ ଚଳାଇଛୁ। ଆମେ ବୁଝୁଛୁ ଯେ ଏଥିରେ ୨୪ ଘଣ୍ଟାର ସମୟ ଲାଗିବ ନାହିଁ।