‘ଚନ୍ଦ୍ରଯାନ-୩’ର ସଫଳତା ପରେ ଟିମ୍‌ ସହ ସେଲିବ୍ରେସନ କଲେ ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ, ଦେଖନ୍ତୁ Video

ଚନ୍ଦ୍ର ଉପରେ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ପୂରା ଦେଶ ଖୁସିରେ ଝୁମି ଉଠିଛି। ସାରା ଦେଶରେ ରହିଛି ଉତ୍ସବର ମାହୋଲ। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଲୋକେ ସେଲିବ୍ରେସନ କରୁଛନ୍ତି।

ଚନ୍ଦ୍ର ଉପରେ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ପୂରା ଦେଶ ଖୁସିରେ ଝୁମି ଉଠିଛି। ସାରା ଦେଶରେ ରହିଛି ଉତ୍ସବର ମାହୋଲ। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଲୋକେ ସେଲିବ୍ରେସନ କରୁଛନ୍ତି। ଯେଉଁଠି ଦେଖିବ ସେଇଠି ପାଳନ କରାଯାଉଛି ଇସ୍ରୋର ସଫଳତାର ଉତ୍ସବ। ଏହିପରି ଇସ୍ରୋ ମୁଖ୍ୟାଳୟରେ ମଧ୍ୟ ବୁଧବାର ସେଲିବ୍ରେସନ ଚାଲିଥିଲା।

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗତକାଲି ଥିଲା ଖୁସିର ଦିନ। ଇସ୍ରୋ ଟିମ୍‌ ମଧ୍ୟ ଉତ୍ସବ ମନାଇଥିଲା। ଇସ୍ରୋ ବୈଜ୍ଞାନିକମାନେ ଖୁସିରେ ନାଚି ଉଠିଥିଲେ। ଏହି ସେଲିବ୍ରେସନରେ ସାମିଲ ହୋଇଥିଲେ ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ। ଏହି ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓଟି ଚନ୍ଦ୍ରଯାନର ସଫଳତା ପରେ ହିଁ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ଇସ୍ରୋ ମୁଖ୍ୟ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ତାଙ୍କ ସହିତ ତାଙ୍କ ଟିମ୍‌ ମଧ୍ୟ ଖୁସିରେ ନାଚୁଥିବାର ଦେଖାଯାଉଛି। ସୋସିଆଲ ମିଡିଆ ୟୁଜରମାନେ ଏହି ଭିଡିଓକୁ ସେୟାର କରି ଟିମ୍‌ ଇସ୍ରୋକୁ ଶୁଭେଚ୍ଛା ଜଣାଉଛନ୍ତି।