କୋଭାକ୍ସିନ ଦ୍ଵିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେବା ଲାଭଦାୟୀ

ଭାରତ ବାଈଓଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟୀକାର ଦ୍ଵିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେବା ଅଧିକ ଲାଭପ୍ରଦ ହେବ ବୋଲି କମ୍ପାନୀ ସିଏମ୍ଡି କ୍ରିସ୍ନା ଇଲ୍ଲା ପ୍ରକାଶ କରିଛନ୍ତି ।  କିନ୍ତୁ ଏନେଇ ପରବର୍ତ୍ତୀ ନିଷ୍ପତ୍ତି ସରକାରଙ୍କ ତରଫରୁ ନିଆଯିବ ବୋଲି ସେ କହିଛନ୍ତି ।  ଏକ ସମ୍ବାଦପତ୍ର ଦ୍ୱାରା ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଇଲ୍ଲା କହିଛନ୍ତିକି ବୁଷ୍ଟର ଡୋଜ ନେବା ସେତେଟା ଜରୁରୀ ନୁହେଁ ।  ଆଉ ବୁଷ୍ଟର ନେଲେ ଆପଣଙ୍କ ଟୀକା କରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ସେମିତି କିଛି ମାନେ ବି ନାହିଁ ।  କିନ୍ତୁ ପ୍ରଥମ ଓ ଦ୍ଵିତୀୟ ପାନ ନେବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ।  କେତେକ ରାଷ୍ଟ୍ର ସେମାନଙ୍କ ବୟସ୍କ ଲୋକଙ୍କ ପାଇଁ ହିଁ ବିଶେଷ ଭାବରେ ଲଞ୍ଚ କରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନର ଜରୁରୀ ଟୀକାକରଣକୁ ମଂଜୁର ଦେବା ବିଳମ୍ବ କରାଯିବା ଉପରେ ଇଲ୍ଲା କହିଛନ୍ତିକି, ଭ୍ୟାକସିନକୁ ନେଇ ଦେଶରେ ଅନେକ ଅପପ୍ରଚାର କରାଯାଉଛି ।  ଏହା ପଛରେ ରାଜନୀତି ହିଁ ପ୍ରମୁଖ କାରଣ ବୋଲି ଇଲ୍ଲା କହିଛନ୍ତି ।  ଇଲ୍ଲା ଆହୁରି ମଧ୍ୟ ମନେ ପକେଇ ଦେଇଛନ୍ତିକି, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି କୋଭାକ୍ସିନ ଟୀକା ହିଁ ନେଇଥିଲେ । ଯାହା ଫଳରେ ଭାରତରେ ପ୍ରସ୍ତୁତ ଟୀକା ଉପରେ ଲୋକଙ୍କର ବିଶ୍ୱାସ, ଭରଷା ବଢିବା ସହିତ ଭାରତୀୟ ବିଜ୍ଞାନ ଉପରେ ଲୋକଙ୍କର ବିଶ୍ୱାସ ଅଧିକ ଦୃଢିଭୁତ ହୋଇପାରିଥିଲା ।  ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଉପରେ ଲୋକଙ୍କ ଆସ୍ଥା ଅଧିକ ରହିବ ।

ପ୍ରଶ୍ନତ୍ତର ସମୟରେ ଇଲ୍ଲା କହିଛନ୍ତିକି ଭାରତ ବାଇଓଟେକ ପକ୍ଷରୁ ଏକ ନାଜାଲ କୋଭିଡ ଭ୍ୟାକସିନ ପ୍ରସ୍ତୁତ କରାଯାଉଛି ।  ଯାହାକୁ କୋଭାକସିନର ଦ୍ଵିତୀୟ ଡୋଜ ଭାବରେ ନିଆଯାଇପାରିବ ।  ଅଥବା ପୂର୍ବରୁ ରୋଗାକ୍ରାନ୍ତ ହୋଇଥିବା କୌଣସି ବ୍ୟକ୍ତି ଏହାକୁ ନେଇପାରିବେ ।  ମାସ୍କ ଫ୍ରି ଦୃଶ୍ୟକୁ ନେଇ ସେ କହିଛନ୍ତିକି ନାଜାଲ ଭ୍ୟାକସିନ କୌଣସି ରୋଗର ଟ୍ରାନ୍ସମିଶନ ବା ସଂକ୍ରମଣକୁ ରୋକିବାରେ ବେଶୀ ଲାଭଦାୟୀ ବୋଲି ପ୍ରମାଣିତ ହୋଇଛି ।  କାରଣ ନାକ ମାଧ୍ୟମରେ ଦିଆଯାଉଥିବା କୌଣସି ବି ଟୀକା ସିଧାସଳଖ ଶରୀରର ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚିପାରେ ।  ଯାହାକି ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଥିବା ଟୀକାରେ ସେତେଟା ସମ୍ଭବ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.