Below header

ଗୁଳିମାଡରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମୃତ, ଆଧିକାରୀକ ସୂତ୍ରରୁ ମିଳିଲା ସୂଚନା

ଗୁଳିମାଡରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମୃତ । ନାରା ସହରରେ ଭାଷଣ ଦେବା ବେଳେ ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ନେଇ ସୂଚନା ମିଳିଛି । ନିର୍ବାଚନ ପ୍ରଚାର ନେଇ ଏକ ସଭାରେ ଭାଷଣ ଦେବା ବେଳେ ତାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିଲା । ଆଜି ସକାଳ ସମୟରେ ଏହି ଘଟଣା ଘଟିଥିଲା । ଆବେଙ୍କ ପଛ ପଟୁ ଏହି ଗୁଳିମାଡ ହୋଇଥିଲା । ଘଟଣା ଘଟିବା ପରେ ହସ୍ପିଟାଲରେ ଗୁଳିମାଡରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି ।

ସେପଟେ ଆବେଙ୍କ ଉପରେ ଗୁଳିମାଡ଼ ଘଟଣାରେ ବିଶ୍ୱର ପ୍ରମୁଖ ନେତା ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ସହ ଆବେଙ୍କ ଆରୋଗ୍ୟ କାମନା କରିଛନ୍ତି । ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ସିଞ୍ଜୋ ଆବେ । ସିଞ୍ଜୋ ଆବେଙ୍କ ଜେଜେବାପା କିଶି ନୋବୁସ୍କେ ୧୯୫୭ରୁ ୧୯୬୦ ଯାଏ ଜାପାନର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ । ତାଙ୍କ ବାପା ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୩ରେ ପିତାଙ୍କ ମୃତ୍ୟୁ ପରେ ଆବେ ସାଧାରଣ ନିର୍ବାଚନ ଲଢିବା ସହ ଜାପାନ ରାଜନୀତିରେ ଜଣେ ଅଗ୍ରଣୀ ବ୍ୟକ୍ତି ଭାବେ ପ୍ରତିଷ୍ଟିତ ହୋଇଥିଲେ । ଜାପାନର ୫୭ତମ ତଥା ୨୦୧୨ ଲିବରାଲ ଡେମୋକ୍ରେଟିକ୍‌ ପାର୍ଟିର ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରିଛନ୍ତି ଆବେ । ଏହା ପୂର୍ବରୁ ଆବେ ୨୦୦୬ରୁ ୨୦୦୭ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଛନ୍ତି ।

୨୦୦୬ରେ ଜାତୀୟ ସଂସଦର ଏକ ସ୍ୱତନ୍ତ୍ର ଅଧିବେସନ ଦ୍ୱାରା ନିର୍ବାଚିତ ହୋଇଥିଲେ ଆବେ । ୫୨ ବର୍ଷ ବୟସରେ ଜାପାନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଓ ୨ୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଜାପାନ ପ୍ରଧାନମନ୍ତ୍ରୀ ହୋଇଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଆବେ ସେପ୍ଟେମ୍ବର ୨୦୦୭ରେ କାର୍ଯ୍ୟରୁ ଇସ୍ତଫା ଦେଇଥିଲେ । ସମୟକ୍ରମେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଏହାପରେ ଆବେ ୨୦୧୨ ଲୋୟର ହାଉସ୍‌ ନିର୍ବାଚନରେ ଜିତି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ । ଆବେ ତାଙ୍କ ଦଳକୁ ଅନେକ ନିର୍ବାଚନରେ ଜିତାଇ ଜାପାନର ଦୀର୍ଘତମ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଦେଶରେ ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରଖିଥିବା ତାଙ୍କର ଆବେନାମିକ୍ସ ନୀତି ପାଇଁ ଜଣାଶୁଣା । ଏବଂ ସେ କୁଟନୈତିକ ସାମ୍ମୁଖ୍ୟରେ ଜଣେ ଚତୁର ଅପରେଟର ଥିଲେ । ଜାପାନରେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଆବେ। ୨୦୦୬-୨୦୦୭ ଓ ୨୦୧୨-୨୦୨୦ ଯାଏ ଆବେ ପ୍ରଧାନମନ୍ତ୍ରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.