ସ୍କୁଲରେ ପିଲାଙ୍କ ଉପରେ ପଡିଗଲା ଏକ ବିରାଟ ଗଛ, ଜଣେ ମୃତ

ଚଣ୍ଡୀଗଡ଼ରେ ଶୁକ୍ରବାର ସେକ୍ଟର ୯ ସ୍ଥିତ କାର୍ମେଲ କନଭେଣ୍ଟ ସ୍କୁଲରେ ପିଲାଙ୍କ ଉପରେ ଏକ ବିରାଟ ଆକାରର ଗଛ ପଡିଯାଇଛି । ଘଟଣାରେ ଏକ ଶିଶୁର ମୃତ୍ୟୁ ହୋଇଛି । ଯେବେକି କିଛି ପିଲା ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ପହଞ୍ଚାଯାଇଛି । ସିଭିଲ ଡିଫେନ୍ସ ଓ ପୋଲିସ ଗଛକୁ କଟର ସାହାଯ୍ୟରେ କାଟିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଯେଉଁ ସମୟରେ ଘଟଣା ଘଟିଲା । ସେହି ସମୟରେ ପାଖାପାଖି ୧୫ ଜଣ ପିଲା

ଗଛ ତଳେ ଛିଡା ହୋଇଥିଲେ । ଠିକ ଏହି ସମୟରେ ସେମାନଙ୍କ ଉପରେ ଏକ ଅଶ୍ୱସ୍ଥ ଗଛ ପଡି ଯାଇଥିଲା । ଘଟଣା ବାବଦରେ ସୂଚନା ପାଇବା ପରେ ଏସଏସପି କୁଲଦୀପ ଚହଲ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୂଚନା ମୁତାବକ ଏକ ଶିଶୁକୁ ଗମ୍ଭୀର ଅବସ୍ଥାରେ ପିଜିଆଇକୁ ପଠାଇ ଦିଆଯାଇଛି । ଦଶ ପିଲାଙ୍କୁ ସେକ୍ଟର ୧୬ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ବାବଦରେ ସୂଚନା ମିଳିବା ପରେ ଅଭିଵାବକ ମାନେ ସ୍କୁଲ ପହଞ୍ଚି ସ୍କୁଲ ଆଗରେ ହଟଗୋଳ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.