ଆଜି ପ୍ରକାଶିତ ହେବ JEE Main 2022 ପରୀକ୍ଷା ଫଳ, ଏମିତି ଦେଖନ୍ତୁ ନିଜ ରେଜଲ୍ଟ

ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି ଅର୍ଥାତ ଏନ୍ଟିଏ ତରଫରୁ ଜେଇଇ ମେନ ଜୁନ ୨୦୨୨ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାର ପରିଣାମ ଜୁଲାଇ ୮ ତାରିଖ ଅର୍ଥାତ ପ୍ରକାଶିତ ହେବ । ତେଣୁ କିପରି ଆପଣ ପରୀକ୍ଷା ଫଳ ବାବଦରେ ଜାଣିପାରିବେ ସେନେଇ ଜାଣିରଖନ୍ତୁ । ପରୀକ୍ଷା ଫଳ ସହିତ ଜଡିତ ପ୍ରତିଟି ଅପଡେଟ ଆପଣ ଏଠାରେ ଜାଣିପାରିବେ ।

କିପରି JEE Mains ପରୀକ୍ଷା ଫଳ ଜାଣିବେ ଜାଣନ୍ତୁ:

– ସର୍ବପ୍ରଥମେ ଆଶାୟୀ ମାନେ ଅଧିକାରୀକ ୱେବସାଇଟ nta.ac.in କୁ ଯାଆନ୍ତୁ ।

– ଏବେ ହୋମ ପେଜରେ ଦେଖାଦେଉଥିବା JEE ମେନ 2022 ସତ୍ର ୧ ରେଜଲ୍ଟ ସହିତ ଜଡିତ ଲିଙ୍କ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣଙ୍କ ସାମ୍ନାକୁ ଏକ ନୂଆ ପେଜ ଦେଖାଦେବ

– ଏବେ ଦିଆଯାଇଥିବା ତଥ୍ୟ ଦେଇ ଲଗ ଇନ କରନ୍ତୁ ।

– ଏବେ ରେଜଲ୍ଟ ଫାଇଲ ସ୍କ୍ରିନ ଉପରେ ପିଡିଏଫ ଭାବରେ ପ୍ରଦର୍ଶିତ ହେବ ।

– ଏହାକୁ ଚେକ କରି ଡାଉନଲୋଡ଼ କରିଦିଅନ୍ତୁ । ଆଉ ଆଗକୁ ଦରକାର ଆସିବା ପାଇଁ ଏହାର ପ୍ରିଣ୍ଟ ଆଉଟ କାଢି ସମ୍ଭାଳି ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.