ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏନଟିଏ ନେଲା ନିଷ୍ପତ୍ତି

କେନ୍ଯୁଜ୍: ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ପରୀକ୍ଷା ସ୍ଥଗିତ କଲା ଏନଟିଏ । ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜେଇଇ ମେନ୍‌ ପରୀକ୍ଷା ଠିକ୍‌ ଭାବେ ହୋଇପାରିନାହିଁ।

ବର୍ତ୍ତମାନ ସୁଦ୍ଧା ଜେଇଇ ମେନ୍‌ର ୪ଟି ପରୀକ୍ଷାରୁ ୨ଟି ହୋଇଛି। ପ୍ରଥମ ପରୀକ୍ଷା ଫେବୃଆରୀ ଓ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚରେ ହୋଇଥିଲା। ବାକି ୨ଟି ପରୀକ୍ଷା ଚଳିତମାସ ୨୪ରୁ ୨୮ ମଧ୍ୟରେ ହେବାର ଥିଲା । ହେଲେ କରୋନା ମହାମାରୀ ଯୋଗୁ ପରୀକ୍ଷା ହୋଇପାରିନାହିଁ।

ତେଣୁ ସ୍ଥଗିତ ଥିବା ପରୀକ୍ଷା ହେବାର ୧୪ ଦିନ ପୂର୍ବରୁ ଏନଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ। ବାକି ପରୀକ୍ଷା ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ କରିବାକୁ ଯୋଜନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.