ଆନ୍ଧ୍ରରେ ଭୀଷଣ ଦୁର୍ଘଟଣା: ଲରି ସହ ପିଟିହେଲା ଜିପ୍‌, ୫ ଜଣଙ୍କ ମୃତ୍ୟୁ; ୧୧ ଗୁରୁତର

ଆନ୍ଧ୍ର ପ୍ରଦେଶର ଅନ୍ନମୟା ଜିଲ୍ଲାରେ ଶୁକ୍ରବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗାଡ଼ିରେ ଥିବା ଅନ୍ୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଜିପ୍ ଓ ଲରି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି। ୧୧ ଜଣ ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗମ୍ଭୀର ଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୫ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି।

ପୋଲିସ ସୂଚନା ଅନୁସାରେ, ଲରିଟି କଡ଼ପ୍ପାରୁ ଚିତୋର ଆଡ଼କୁ ଯାଉଥିଲା। ସେପଟେ ଜିପ୍‌ଟି ୧୬ ଜଣ ତୀର୍ଥଯାତ୍ରୀଙ୍କୁ ଧରି ତିରୁମାଲାରୁ କର୍ଣ୍ଣାଟକର ବେଲଗାବି ଫେରୁଥିଲା। ଏହି ସମୟରେ ଦୁଇଟି ଗାଡ଼ି ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ତେବେ ଏ ପର୍ଯ୍ୟନ୍ତ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.