ବ୍ରିଜ୍‌ରୁ ନଦୀକୁ ଖସିଲା ବସ୍‌, ୬ ମୃତ, ୪୦ ଗୁରୁତର

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ହଜାରିବାଗରେ ଭୀଷଣ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ଆଜି ଗିରିଡିହ ଜିଲ୍ଲାରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍‌ ତାତିଝରିଆ ଥାନା ଅଧୀନରେ ଏକ ବ୍ରିଜ୍‌ର ରେଲିଂରେ ପିଟି ହୋଇ ସିୱାନେ ନଦୀକୁ ଖସି ପଡ଼ିଥିଲା।

ସୂଚନା ଅନୁସାରେ ଏହି ଦୁର୍ଘଟଣା ଟାଟିଝରିଆର ସିୱାନେ ବ୍ରିଜପାଖରେ ଘଟିଛି । ବସଟି ଗିରିଡିଡରୁ ରାଞ୍ଚି ଯାଉଥିବା ଜଣାପଡିଛି । ତେବେ ଗିରିଡିହରୁ ହଜାରୀବାଗ ଯାଉଥିବା ଶିବଶକ୍ତି ଏସି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗିରିଡିହର ପାରସନାଥରୁ କିଛି ଲୋକ ଚଢ଼ା ହଜାରିବାଗ ଆସୁଥିଲେ । ସେହି ସମୟରେ ବସଟି ରାସ୍ତାରେ ନଦିକୁ ଖସିପଡ଼ିଥିଲା । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ରୁ ୩ ଜଣ ଏବେ ବି ଫସରହିଛନ୍ତି ।

୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ‌ଏବେ ହଜାରିବାଗ୍‌ର ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଗୁରୁତର ଆହାତଙ୍କୁ ରାଞ୍ଚି ରିମ୍ସ ସ୍ଥାନାନ୍ତର କରାଯାଇଛି। ‌‌ ବସ୍‌ ମଧ୍ୟରେ ଅନେକ ସମୟ ଧରି ଯାତ୍ରୀମାନେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାପାଇଁ ଗ୍ୟାସ୍‌ କଟର୍‌ ବ୍ୟବହାର କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.