ହୋଟେଲର ୬ ମହଲାରୁ ଡେଇଁଲେ ମଡେଲ୍, କହିଲେ- ‘ବାପା ‘ଆତ୍ମହତ୍ୟା କରିବାକୁ ଯାଉଛି, ଖାଲି ମୋ ଚେହେରା ଦେଖ’

ନୂଆଦିଲ୍ଲୀ : ଶନିବାର ଦିନ ରାଜସ୍ଥାନର ଯୋଧପୁର ସହରର ଏକ ହୋଟେଲର ୬ ମହଲାରୁ ଡେଇଁ ଜଣେ ମଡେଲ୍ ଜୀବନ ହାରିଛନ୍ତି । ମଡେଲ ଜଣଙ୍କ ଗୁନଗୁନ ଉପାଧ୍ୟାୟ ବୋଲି ଜଣାପଡ଼ିଛି । ହୋଟେଲରୁ ଡେଇଁବା ପୂର୍ବରୁ ଗୁଙ୍ଗୁନ ତାଙ୍କ ପିତାଙ୍କୁ ଡାକି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହିଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି । ଗୁନଗୁନ ଉପାଧ୍ୟାୟ ରାତାନାଡ଼ାସ୍ଥିତ ହୋଟେଲ ଲର୍ଡସ ଇନରେ ରହୁଥିଲେ । ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ବିପଦମୁକ୍ତ ଥିବା ସୂଚନା ମିଳୁଛି ।

ସୂଚନା ଅନୁଯାୟୀ ଶନିବାର ଦିନ ରାତିରେ ସେ ଉଦୟପୁରରୁ ଯୋଧପୁରକୁ ଫେରିଥିଲେ । ସେଠାରେ ଏକ ହୋଟେଲର ୬ ମହଲାରେ ଆସି ରହିଥିଲେ । ଆଉ ସେହି ଦିନ ରାତିରେ ହିଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ୬ ମହଲାରେ ଥିବା ଏକ ବାଲକୋନୀରୁ ଡେଇଁବା ପୂର୍ବରୁ ସେ ନିଜ ବାପାଙ୍କୁ ଫୋନ୍ କରିଥିଲେ ଓ କହିଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ” କେବଳ ମୋ ମୁହଁ ଦେଖି ନିଅନ୍ତୁ” ।

ଏହାପରେ ଗଣେଶ ସଙ୍ଗେସଙ୍ଗେ ପୋଲିସ ସହ ସମ୍ପର୍କ କରିଥିଲେ । ପରେ ଏସପି ଦିରାବର ସିଂହ ଫୋନ ନମ୍ବରକୁ ଆଧାର କରି ମଡେଲ ଗୁନଗୁନଙ୍କ ଲୋକେଶନ ବାହାର କରିଥିଲେ । ପରେ ପୁଲିସ ରାତାନାଡ଼ା ଅଞ୍ଚଳର ହୋଟେଲରେ ପହଞ୍ଚିଥିଲା । ମାତ୍ର ଏହା ପୂର୍ବରୁ ଗୁନଗୁନ ୬ ମହଲାରୁ ଡେଇଁ ପଡ଼ିଥିଲେ ଏବଂ ସେ ତଳେ ପଡ଼ିବା ପରେ ବେହୋସ ହୋଇଯାଇଥିଲେ । ପରେ ତୁରନ୍ତୁ ତାଙ୍କୁ ମଥୁରାଦାସ ମାଥୁର ହସ୍ପିଟାରେ ଭର୍ତ୍ତି କରାଯାଇଥିଲା ।

ତେବେ ତାଙ୍କ ଗୋଡ ଓ ଛାତିରେ ଫ୍ରାକ୍ଚର୍ ହୋଇଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି । ପୋଲିସ୍ କହିବା କଥା ଯେ, ଗୁନଗୁନଙ୍କର ହୋସ୍ ଆସିବା ପରେ ହିଁ ଆତ୍ମହତ୍ୟା ପଛର କାରଣ ଜାଣିହେବ । ମଡେଲ ଗୁନଗୁନଙ୍କ ବାପା ଜୋଧପୁର ମଣ୍ଡିରେ ବ୍ୟବସାୟୀ ଅଟନ୍ତି । ପୋଲିସ୍ କହିଛି କି ଏବେ ଗୁନଗୁନ କିଛି ବି କହିବା ସ୍ଥିତିରେ ନାହାନ୍ତି । ହୋସ୍ ଆସିବା ପରେ କାରଣ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.