ତିନି ଦିନ ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ୟୁଏସ୍‌ ନେସ୍‌ନାଲ୍‌ ଗାର୍ଡର ଶତାଧିକ ଯବାନ ହେବେ ମୁତୟନ

କେନ୍ୟୁଜ୍(ବ୍ୟୁରୋ):  ଆଉ ତିନି ଦିନ ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍‌ । ବାଇଡେନ୍‌ଙ୍କ ଶପଥ ଗ୍ରହଣ ସମାରୋହ ହେବ ବେସ୍‌ ସ୍ୱତନ୍ତ୍ର । ଏଥିରେ ଲେଡି ଗାଗା ଜାତୀୟ ସଂଗୀତ ଗାନ କରିବେ ଏବଂ ଜେନିଫର ଲୋପେଜ୍‌ ସଂଗୀତ ପରିବେଷଣ କରିବେ । ଆମେରିକା ରାଜଧାନୀ ୱାଶିଂଟନର ୱେଷ୍ଟ ଫ୍ରଣ୍ଟରେ ଜାନୁଆରି ୨୦ ତାରିଖରେ ବାଇଡେନ୍‌ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

jao baiden 2
picture courtesy: the obama white house

ଯେଭଳି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ କୌଣସି ବିଶୃଙ୍ଖଳା ନଘଟାନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯିବ । ଏହି ସମୟରେ ୟୁଏସ୍‌ ନେସ୍‌ନାଲ୍‌ ଗାର୍ଡର ଶତାଧିକ ଯବାନ ମୁତୟନ ରହିବେ । ସେପଟେ ଟ୍ରମ୍ପଙ୍କ ବିରୋଧରେ ଗୃହୀତ ମହାଭିଯୋଗ ପ୍ରସ୍ତାବ ସିନେଟ୍‌ର ମୋହର ନ ଲାଗିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରୁ ବିଦା ହୋଇପାରିବେ ନାହିଁ । ସିନେଟ୍‌ରେ ପାସ୍‌ ହେଲେ କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ପଦରୁ ହଟିବେ ଟ୍ରମ୍ପ। ଏଥିପାଇଁ ଦୁଇ ତୃତୀୟାଂଶ ଭୋଟର ଆବଶ୍ୟକତା ରହିଛି । ସିନେଟ୍‌ରେ ରିପବ୍ଲିକାନ୍‌ଙ୍କ ସଂଖ୍ୟା ଅଧିକ ଥିବାରୁ କାଟ୍‌ ଖାଇବା ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖରେ ବସିବ ସିନେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.