‘ମିମିକ୍ରୀ କରିବା ଏକ କଳା, ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିବାର ଉଦ୍ଦେଶ୍ୟ ନ ଥିଲା’; ପ୍ରତିକ୍ରିୟା ରଖିଲେ କଲ୍ୟାଣ ବାନାର୍ଜୀ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅପମାନିତ କରିବା ମାମଲାରେ ରାଜନୀତି ସରଗରମ୍‌ ହୋଇଛି। ଏବେ ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଧନଖଡ଼ଙ୍କ ନକଲ କରିବା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। କଲ୍ୟାଣ ବାନାର୍ଜୀ କହିଛନ୍ତି, ‘ମୋ ମନରେ ଉପରାଷ୍ଟ୍ରପତିଙ୍କ ପାଇଁ ବହୁତ ସମ୍ମାନ ରହିଛି। ମିମିକ୍ରୀ କରିବା ଏକ କଳା। ପିଏମ୍‌ ମଧ୍ୟ ମିମିକ୍ରୀ କରିଥିଲେ। ମୋର ଉଦ୍ଦେଶ୍ୟ ଆଘାତ ଦେବାର ନ ଥିଲା’।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅପମାନିତ କରିବା ମାମଲାରେ ରାଜନୀତି ସରଗରମ୍‌ ହୋଇଛି। ଏବେ ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଧନଖଡ଼ଙ୍କ ନକଲ କରିବା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। କଲ୍ୟାଣ ବାନାର୍ଜୀ କହିଛନ୍ତି, ‘ମୋ ମନରେ ଉପରାଷ୍ଟ୍ରପତିଙ୍କ ପାଇଁ ବହୁତ ସମ୍ମାନ ରହିଛି। ମିମିକ୍ରୀ କରିବା ଏକ କଳା। ପିଏମ୍‌ ମଧ୍ୟ ମିମିକ୍ରୀ କରିଥିଲେ। ମୋର ଉଦ୍ଦେଶ୍ୟ ଆଘାତ ଦେବାର ନ ଥିଲା’। ତେବେ କ୍ଷମା ମାଗିବା ପ୍ରଶ୍ନରେ ସେ ‘ନା’ ବୋଲି କହିଛନ୍ତି।

ସେପଟେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ମାମଲାରେ ଟିଏମ୍‌ସି ସଂସଦୀୟ ଦଳ ନିଜର ମତ ରଖିବ।

କହି ରଖୁଛୁ, ମଙ୍ଗଳବାର ସଂସଦର ସିଡ଼ି ଉପରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ଧନଖଡ଼ଙ୍କୁ ପରିହାସ କରି ମିମିକ୍ରୀ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୂରା ଘଟଣାର ଭିଡିଓ କରୁଥିବାର ଦେଖାଯାଇଥିଲା। ବିରୋଧୀ ସାଂସଦମାନେ ସେମାନଙ୍କ ନିଲମ୍ବନକୁ ବିରୋଧ କରିଥିଲେ ଏବଂ ସିଡ଼ିରେ ବସି ପ୍ରଦର୍ଶନ କରିବା ପାଇଁ ଏକାଠି ହୋଇଥିଲେ।

ଯେତେବେଳେ ଟିଏମସି ସାଂସଦ ମିମିକ୍ରୀ କରୁଥିଲେ, ସେହି ସମୟରେ ରାହୁଲ ଗାନ୍ଧି, ପ୍ରମୋଦ ତିୱାରୀ, ଜୟରାମ ରମେଶ, ମନୋଜ ଝା, ଡି ରାଜା, କାର୍ତ୍ତି ଚିଦାମ୍ବରମଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.