Below header

ବ୍ୟକ୍ତିଙ୍କର ଭିଡିଓରୁ ଜାଣନ୍ତୁ ସେ କେମିତି କରୋନାର କରୁଛନ୍ତି ମୂଳପୋଛ, ଦେଖନ୍ତୁ

କିଛିଦିନ ପୁର୍ବରୁ କେରଳ ପୋଲିସ୍‌ ହାତ ଧୋଇବାର ଏକ ଭିଡିଓ ସେୟାର କରି କରୋନା ଭାଇରସ୍‌ ପ୍ରତି ଲୋକଙ୍କର ଜାଗ୍ରୁକ କରିବା ପ୍ରୟାସ କରିଥିଲେ। ଏହାପରେ ଏବେ ପୁଣି ଥରେ ପୋଲିସ୍‌ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ଯେ କେଉଁଭଳି ଭାବେ ଏହି ଭାଇରସକୁ ବ୍ୟାପିବାରେ ରୋକା ଯାଇପାରିବ। ଏହି ଭିଡିଓର ସବୁଠାରୁ ଖାସ୍‌ କଥା ହେଉଛି ଏହାକୁ ବହୁତ ମଜାଦାର ଭାବରେ କରାଯାଇଛି।

ଭିଡିଓରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ରାସ୍ତାରେ ବୁଲୁଥିବା ନଜର ଆସୁଛନ୍ତି ଏବଂ ଠିକ୍‌ ଏହି ସମୟରେ ବାଟରେ କରୋନା ଭାଇରସ୍‌ ବସିଥିବାର ଦେଖିଲେ। ଏହି ଭାଇରସକୁ ଦେଖି ସେ ଭୟରେ ଦୌଡିବାକୁ ଲାଗିଲେ ଏବଂ କରୋନା ତାଙ୍କ ପଛେ ପଛେ ଦୌଡିବାକୁ ଲାଗିଲା। ଏହାପରେ ବ୍ୟକ୍ତି ଜଣଙ୍କ ସାନିଟାଇଜରରେ ନିଜ ହାତ ସଫା କରୁଛନ୍ତି ଏବଂ ମାସ୍କ ଲଗାଉଛନ୍ତି। ଭିଡିଓ ଶେଷରେ ବ୍ରେକ ଦ ଚେନ୍‌ ମେଜେସ୍‌ ଦିଆଯାଇଛି।


କେରଳ ପୋଲିସ ଏହି ଭିଡିଓକୁ ନିଜ ଫେସବୁକ୍‌ ପେଜରେ ସେୟାର କରିଛନ୍ତି। ଏହାକୁ ଏବେ ପଯ୍ୟର୍ନ୍ତ ଲକ୍ଷେ ରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଲୋକମାନେ ଏହି ଭିଡିଓକୁ ଦେଖି ଅନେକ ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.