ଖାଲିସ୍ତାନ ସମର୍ଥକ ରୋମରେ ଭାରତୀୟ ଦୂତାବାସରେ କଲେ ଭଙ୍ଗାରୁଜା, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଚାଷୀଙ୍କ ନାଁରେ ଭାରତ ବିରୋଧୀ ଏଜେଣ୍ଡା ଚଲାଇଥିବା ଖାଲିସ୍ତାନ ସମର୍ଥକ ୨୬ ଜାନୁଆରୀରେ ରୋମରେ ଭାରତୀୟ ଦୂତାବାସରେ ଖୁବ୍‌ ହଙ୍ଗାମା କରିଥିଲେ ଏବଂ ଭାରତ ବିରୋଧୀ ନାରା ଦେଇଥିଲେ। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତ ଉପଦ୍ରବ ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ
ଇଟାଲି ସରକାରଙ୍କ ସାମ୍ନାରେ ଦାବି ରଖିଛି।

ଭାରତ ସରକାରଙ୍କ ତରଫରୁ କୁହାଯାଇଛି କି, ଆମେ ଇଟାଲି ସରକାରଙ୍କୁ ଆମ ବିଷୟରେ ଅବଗତ କରାଇଛୁ। ଭାରତୀୟ କୂଟନୀତିଜ୍ଞ ଏବଂ କୂଟନୀତି ପରିସରର ସୁରକ୍ଷା ସେଠାକାର ସରକାରଙ୍କ ଦାୟିତ୍ୱ। ତେବେ ଭାରତ ସରକାର ଆଶା ରଖିଛନ୍ତି ଯେ ଇଟାଲୀୟ ଅଧିକାରୀ ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଭବିଷ୍ୟତରେ ଏମିତି ଘଟଣା ହେବାକୁ ରୋକିବେ। ଏହାପୂର୍ବରୁ ଓ୍ଵାଶିଙ୍ଗ୍‌ଟନ ଡିସିରେ ମଧ୍ୟ ଭାରତୀୟ ଦୂତାବାସ ବାହାରେ ଖାଲିସ୍ତାନ ସମର୍ଥକମାନେ ହଙ୍ଗାମା ମଚାଇଥିଲେ।

ରିପୋର୍ଟ ମୁତାବକ, ଖାଲିସ୍ତାନ ସମର୍ଥକମାନେ ଭାରତର ଦୂତାବାସ ବିଲ୍ଡିଂରେ ଖାଲିସ୍ତାନର ପତାକା ଉଡ଼ାଇଥିଲେ ଏବଂ କାନ୍ଥରେ ଖାଲିସ୍ତାନ ସମର୍ଥନରେ ନାରା ମଧ୍ୟ ଲେଖିଥିଲେ। ଏହି ସମୟରେ ଭାରତ ବିରୋଧୀ ନାରା ମଧ୍ୟ ଦିଆଯାଇଥିଲା। ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଥିରେ ମୁଖ୍ୟତଃ ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.