ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେ ଲାଲୁ ପ୍ରସାଦ ଯାଦବ

ଇଡିରେ ଲାଲୁ ପ୍ରସାଦ ଯାଦବ । ବିହାରରେ ମହାଗଠବନ୍ଧନ ସରକାର ହଟୁ ହଟୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାରେ ହାଜର ହେଲେ ଆରଜେଡି ସୁପ୍ରିମୋ । କିକିର ପାଇଁ ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ ।

ନୂଆଦିଲ୍ଲୀ : ଇଡିରେ ଲାଲୁ ପ୍ରସାଦ ଯାଦବ । ବିହାରରେ ମହାଗଠବନ୍ଧନ ସରକାର ହଟୁ ହଟୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାରେ ହାଜର ହେଲେ ଆରଜେଡି ସୁପ୍ରିମୋ । କିକିର ପାଇଁ ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ପାଟନ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଲାଲୁ । ତେବେ ବହୁ ସଂଖ୍ୟାରେ ଆରଜେଡି କର୍ମୀ ଇଡି ଅଫିସ ଆଗରେ ପ୍ରତିବାଦ କରିଛନ୍ତି ।

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରିବ ଇଡି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଶନିବାର ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ଦୁଇ ଝିଅ ହେମା ଯାଦବ ଓ ମିସା ଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶନିବାର ସମନ କରିଥିଲେ ଦିଲ୍ଲୀ କୋର୍ଟ । ଫେବ୍ରୁଆରୀ ୯ରେ ହାଜର ହେବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.