ଦିଲ୍ଲୀ ପୋଲିସ ଥାନାରେ ଅଗ୍ନିକାଣ୍ଡ, ୪୫୦ ଗାଡି ଜଳି ପାଉଁଶ

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସର ମାଲଖାନାରେ ଥିବା ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି । ଏଥିରେ ୨୫୦ ବାଇକ୍‌ ଏବଂ ୨୦୦ କାରରେ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସର ମାଲଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମାଲଖାନାରେ ଥିବା ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି । ଏଥିରେ ୨୫୦ ବାଇକ୍‌ ଏବଂ ୨୦୦ କାରରେ ରହିଥିବା ଜଣାପଡିଛି । ତେବେ ଘଟଣାରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି । ନିଆଁ ଲାଗିବା ବିଷୟରେ ଜାଣିବା ପରେ ଘଟଣା ସ୍ଥଳରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଦମକଳ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୱାଜିରାବାଦ ଥାନା ପରିସରରେ ନିଆଁ ଲାଗିଥିବା ସୂଚନା ପାଇବା ପରେ ୫ଟି ଗାଡି ଘଟଣାସ୍ଥଳକୁ ଯାଇଥିଲା । ଦୀର୍ଘ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ପୋଲିସ ଷ୍ଟେସନ ପରିସରରେ ଏଭଳି ନିଆଁ କେମିତି ଲାଗିଲା, ତାହାର ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.