ଭକ୍ତ ବୁଲିବେ ପରିକ୍ରମା ପ୍ରକଳ୍ପ, ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ

ଭକ୍ତ ପାଇବେ ଦିବ୍ୟ ଅନୁଭୂତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବେ ସାରା ରାଜ୍ୟର ଭକ୍ତ । ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯାଉଛି । ପ୍ରଥମ ଦିନରେ ଗଞ୍ଜାମ,ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳର ଭକ୍ତଙ୍କୁ ଅଣାଯାଇଛି ।

ପୁରୀ (କେନ୍ୟୁଜ): ଭକ୍ତ ପାଇବେ ଦିବ୍ୟ ଅନୁଭୂତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବେ ସାରା ରାଜ୍ୟର ଭକ୍ତ । ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯାଉଛି । ପ୍ରଥମ ଦିନରେ ଗଞ୍ଜାମ,ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳର ଭକ୍ତଙ୍କୁ ଅଣାଯାଇଛି । ସମସ୍ତ ବସ୍ ସମଙ୍ଗ ପାର୍କିଂରେ ପାର୍କିଂ କରାଯାଉଛି । ସେଠାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର ବସ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ପଲିଗ୍ରିମ ସେଣ୍ଟରରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ ଓ ପରିକ୍ରମା ପ୍ରକଳ୍ପରେ ପ୍ରଦିକ୍ଷଣ କରିବେ । ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ ପାନୀୟ, ସ୍ନାନ ଓ ଶୌଚ ପାଇଁ ସମସ୍ୟ ବ୍ୟବସ୍ଥା ହୋଇଛି ।

ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତି ଦିନ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କୁ ଅଣାଯିବ । ରାଜ୍ୟର ୮ହଜାର ୮୫୨ ପଞ୍ଚାୟତ ଏବଂ ୱାର୍ଡରୁ ସମୁଦାୟ ୧ ଲକ୍ଷ ୭୭ ହଜାର ୪୦ଭକ୍ତ ୩ହଜାର ୯୧୦ଟି ବସରେ ଆସିବେ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ନୋଡ଼ାଲ ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି l ଜାନୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.