ଲ୍ୟାଣ୍ଡ୍‌ ରୋଭରରେ ସାଇକେଲକୁ ଓଭରଟେକ୍‌ କରିବା ପଡ଼ିଲା ମହଙ୍ଗା, କାର ମାଲିକଙ୍କ ଉପରେ ଲାଗିଲା ଲକ୍ଷେ ଟଙ୍କାର ଜରିମାନା

ଭାରତରେ ଟ୍ରାଫିକ୍‌ ନିୟମ ଯେତେ କଡ଼ା ହେଲେ ବି ଲୋକମାନେ ଏହାକୁ ଏତେଟା ଗୁରୁତ୍ୱ ଦେଇ ନଥାନ୍ତି। ଏବେ ବି ଏକ ଦାମୀ ଗାଡ଼ି ଉପରେ ଫାଇନ୍‌ ପକାଇବା ପୂର୍ବରୁ ପୋଲିସ ଦୁଇ ଥର ଭାବିଥାନ୍ତି। କିନ୍ତୁ ବ୍ରିଟେନ୍‌ରେ ଟ୍ରାଫିକ୍‌ ପୋଲିସ ଏ ମାମଲାରେ ଭାରି ଶକ୍ତ। ଏଠାରେ ନିୟମ ଏତେ କଡ଼ା ଯେ ନିକଟରେ ଏକ ସାଇକେଲକୁ ଓଭର ଟେକ୍‌ କରିଥିବାରୁ ଲ୍ୟାଣ୍ଡ୍‌ ରୋଭର ମାଲିକକୁ ୯୯ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ୫୨ ବର୍ଷୀୟ ପଲ୍‌ ନିଗେଲ ମାଇଲିଙ୍କର ଏକ ଲ୍ୟାଣ୍ଡ୍‌ ରୋଭର କାର ରହିଛି। କିଛି ଦିନ ତଳେ ସେ କାର ଡ୍ରାଇଭ୍‌ କରି କୁଆଡ଼େ ଯାଉଥିଲେ। ଏ ଅବସରରେ ସାଇକେଲିଂ କରି ଯାଉଥିବା ଏକ ଗ୍ରୁପ୍‌କୁ ସେ ଓଭର ଟେକ୍‌ କରିଥିଲେ। ଏହି ସମୟରେ ତାଙ୍କ କାର ଯୋଗୁ ଜଣେ ସାଇକେଲ ଚଳାଳୀଙ୍କ ନିୟନ୍ତ୍ରଣ ବିଗିଡ଼ିଯାଇଥିଲା ଓ ସେ ତଳେ ପଡ଼ୁ ପଡ଼ୁ କୌଣସି ମତେ ନିଜକୁ ସମ୍ଭାଳି ନେଇଥିଲେ। ଏହି ସମୟରେ ତାଙ୍କୁ ସାମାନ୍ୟ ଆଘାତ ବି ଲାଗିଥିଲା। ଏ ପୂରା ଦୃଶ୍ୟ ତାଙ୍କ ହେଲମେଟ୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଟ୍ରାଫିକ୍‌ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ତଦନ୍ତ କରିବାକୁ ଜାଣିବାକୁ ପାଇଥିଲେ ଯେ ଏହି ଘଟଣା ୧୧ ଜୁନ୍‌ ୨୦୨୧ର। ଏହା ପରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଥିଲେ। ଅଭିଯୁକ୍ତ ଧରାପଡ଼ିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଉପରେ ୧ ହଜାର ପାଉଣ୍ଡ ବା ପାଖାପାଖି ୯୯ ହଜାର ୨୭୦ ଟଙ୍କାର ଜରିମାନା ଲାଗିଛି।

ତେବେ ଏହି ଘଟଣାକୁ କିଛି ଲୋକ ବିରୋଧ ବି କରୁଥିବା ଦେଖାଯାଇଛି। ଲୋକେ କହିଛନ୍ତି, ଲ୍ୟାଣ୍ଡ ରୋଭର ମାଲିକ ସାଇକେଲ ଚାଳକଙ୍କ ପାଇଁ ବହୁତ ଜାଗା ଛାଡ଼ିଛନ୍ତି। ତଥାପି ସେ ପଡ଼ିଯାଇଥିଲେ। ଏଥିରେ କାର ଚାଳକଙ୍କର କିଛି ଦୋଷ ନାହିଁ ବୋଲି ଲୋକେ କହିଛନ୍ତି।

Also Read: ଷ୍ଟାର ହେବ ତ ଏମିତି! RRR ସୁପରହିଟ୍‌ ହେବା ପରେ BSF ଯବାନଙ୍କୁ ନିଜ ଘର ତିଆରି ଖାଦ୍ୟ ଖୁଆଇଲେ ରାମଚରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.