ପୁଣି ମହାକାଶରୁ ଆସିଲା ଖୁସି ଖବର, ସୁରକ୍ଷିତ ଅଛି ଲ୍ୟାଣ୍ଡର ବିକ୍ରମ
ମିଶନ ଚନ୍ଦ୍ରାୟନ-୨ ନେଇ ପୁଣି ମିଳିଲା ଖୁସି ଖବର। ସୁରକ୍ଷିତ ରହିଛି ଲ୍ୟାଣ୍ଡର ବିକ୍ରମ। ତାର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏନେଇ ଆଜି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିକ୍ରମ ସହ ସମ୍ପର୍କ ସ୍ଥାପନ ନେଇ ଉଦ୍ୟମ ଜାରି ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। ଆଗାମୀ ୧୦ ଦିନ ଏଦିଗରେ ପ୍ରୟାସ ଜାରି ରହିବ। ଥରେ ଯୋଗାଯୋଗ ସ୍ଥାପନ ହେଲେ ଜଣା ପଡ଼ିବ କାହିଁକି ଓ କେଉଁ ପରିସ୍ଥିତିରେ ଲ୍ୟାଣ୍ଡର ସହ ବିଛିନ୍ନ ହୋଇଥିଲା ଯୋଗାଯୋଗ। ଗତକାଲି ଚନ୍ଦ୍ର ଚାରିପଟରେ ଘୂରି ବୁଲୁଥିବା ଚନ୍ଦ୍ରାୟନ-୨ର ଅର୍ବିଟର ପଠାଇଥିଲା ଲ୍ୟାଣ୍ଡର ବିକ୍ରମର ଥର୍ମାଲ ଇମେଜ୍। ତେଣୁ ମିଶନ ଚନ୍ଦ୍ରାୟନ-୨ର ସଫଳତା ନେଇ ଏବେ ବି ଆଶାବାଦୀ ଅଛି ଇସ୍ରୋ।