ଯୁବା ଦେଖାଯିବା ପାଇଁ ଯୁବତୀମାନେ ପିଅନ୍ତି ନାଗ ସାପ ରକ୍ତ, ଏଠାରେ ପ୍ରତିଦିନ ବଢ଼ୁଛି ଡିମାଣ୍ଡ

ସାପକୁ କିଏ ବା ନ ଡରେ। ଘରେ ହେଉ କି ଯିବାଆସିବା ରାସ୍ତା, ସାପଟିଏ ଦେଖିଦେଲେ ଜୀବନ ଅଧା ଚାଲିଗଲା ଭଳି ଲାଗେ। ଠିକ୍‌ ସେହିଭଳି ଜାକର୍ତ୍ତାର ଲୋକେ ମଧ୍ୟ ସାପକୁ ବେଶ୍‌ ଭୟ କରନ୍ତି। କିନ୍ତୁ ଆପଣ ଜାଣି ଚକିତ ହେବେ ଯେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଏପରି ଗଳି ରହିଛି, ଯେଉଁଠିକାର ଯୁବତୀ ନାଗ ସାପ ରକ୍ତ ପିଇଥାଆନ୍ତି। ଏହା ସେଠାକାର ପ୍ରଥା ବୋଲି ବିଶ୍ୱାସ କରାଯାଏ। ଜାକର୍ତ୍ତାର ଅନେକ ଅଞ୍ଚଳ ରହିଛି, ଯେଉଁଠି ବିଷାକ୍ତ ନାଗ ସାପ ରକ୍ତ ବିକାଯାଇଥାଏ। ଏପରି କି, ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସାଙ୍ଗକୁ ପିଞ୍ଜରାରେ ବନ୍ଦ ହୋଇଥିବା କଳା ନାଗ ସାପକୁ ଆପଣ ଦେଖିବାକୁ ପାଇପାରିବେ।

snake2

ଏଠାକାର ଲୋକଙ୍କ କହିବା ହେଲା, ଅଧିକରୁ ଅଧିକ ମହିଳା ନାଗ ସାପର ରକ୍ତ ଏଥିପାଇଁ ପିଅନ୍ତି, କାହିଁକି ନା, ସେମାନେ ସୁନ୍ଦର ବା ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ତେବେ ଏହା ଭ୍ରମ କି ସତ, ତାହାର ପ୍ରମାଣ ଯଦିଓ ଆମେ ଦେଇପାରିବୁନି, କିନ୍ତୁ ଲୋକଙ୍କ ବିଶ୍ୱାସ ରହିଛି, ନାଗ ସାପ ରକ୍ତ ପିଇଲେ, ମହିଳାଙ୍କ ତ୍ୱଚା ଯୁବା ରହିଥାଏ।

ଏହାସହ ପଢ଼ନ୍ତୁ: ଏ କେମିତିକା ଘର, ଯେଉଁଠି ବିଗତ ୫୦୦ ବର୍ଷ ହେବ ବଢ଼ିନି ଭଡ଼ା, ବର୍ଷକୁ ଦେବାକୁ ପଡ଼ିଥାଏ ମାତ୍ର ୭୦ ଟଙ୍କା

snake 3

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏଠାରେ ପ୍ରତିଦିନ ନାଗ ସାପ ରକ୍ତର ଡିମାଣ୍ଡ ବଢ଼ିଥାଏ। ଚାହିଦାକୁ ଦେଖି ଦୋକାନୀମାନେ ମଧ୍ୟ ପ୍ରତ୍ୟେକ ଦିନ ଅନେକ ସାପଙ୍କୁ ମାରିଥାଆନ୍ତି। ଯେଉଁମାନେ ସାପ ରକ୍ତ ବିକିଥାଆନ୍ତି, ସେମାନେ ଗ୍ରାହକମାନଙ୍କୁ ୩ରୁ ୪ ଘଣ୍ଟା ପରେ ଚା’ କିମ୍ବା କଫି ପିଇବାକୁ ପରାମର୍ଶ ଦିଅନ୍ତି। କାହିଁକି ନା, ରକ୍ତ ଶରୀର ଭିତରକୁ ଯାଇ ଭଲ ପ୍ରଭାବ ପକାଉ। ଏଠାରେ ସନ୍ଧ୍ୟା ୫ରୁ ନାଗ ସାପ ଷ୍ଟଲ ଲାଗିବା ଆରମ୍ଭ ହୋଇ ରାତି ୧୧ଟା ପଯ୍ୟର୍ନ୍ତ ଚାଲେ। ତେବେ କେତେକ ଦୋକାନରେ ଝିଟିପିଟି, ମାଙ୍କଡ଼ ଏବଂ ବାଦୁଡ଼ିଠାରୁ ପ୍ରସ୍ତୁତ ଔଷଧ ବିକ୍ରି ହେଉଥିଲେ ହେଁ ବହୁତ ଲୋକ ନାଗ ସାପ ରକ୍ତ ନେବାକୁ ଆସିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.