କହିପାରିବେ ଭଗବାନ ଶିବଙ୍କ ଲୁହ ବୁନ୍ଦାରୁ କେଉଁ ଗଛର ହୋଇଥିଲା ଉତ୍ପତ୍ତି ?
ଭଗବାନ ଶିବଙ୍କୁ ରୂଦ୍ରାକ୍ଷ ବହୁତ ପ୍ରିୟ। ରୂଦ୍ରାକ୍ଷ ପିିନ୍ଧିବାର ମହତ୍ତ୍ୱ ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ରୂଦ୍ରାକ୍ଷ ବିଷୟରେ ଜଣାଇବୁ। ରୂଦ୍ରାକ୍ଷ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି। ରୂଦ୍ରାକ୍ଷର ପ୍ରଥମ ଶବ୍ଦ ରୂଦ୍ର ଏବଂ ଦ୍ୱିତୀୟଟି ହେଉଛି ଅକ୍ଷ। ରୂଦ୍ରର ଅର୍ଥ ହେଉଛି ଶିବ ଏବଂ ଅକ୍ଷର ଅର୍ଥ ଲୁହ।
ଶିବଙ୍କର ଲୁହରୁ ହୋଇଛି ଉତ୍ପତ୍ତି
ସନାତନ ଧର୍ମ ଅନୁସାରେ ମାତା ସତୀ ଯେତେବେଳେ କ୍ରୋଧିତ ହୋଇ ଅଗ୍ନିକୁଣ୍ଡକୁ ଡେଇଁ ପଡିଲେ ଏହାପରେ ମହାଦେବ ସତୀଙ୍କର ଜଳଯାଇଥିବା ଶରୀରକୁ ନେଇ ତିନି ଲୋକରେ ବିଳାପ କରି ବିଚରଣ କରୁଥିଲେ। ଶିବଙ୍କର ବିଳାପ କାରଣରୁ ଯେଉଁ ଯେଉଁ ସ୍ଥାନରେ ଶିବଙ୍କର ଲୁହ ଝରିଥିଲା ସେହି ସେହି ସ୍ଥାନରେ ରୂଦ୍ରାକ୍ଷ ବ୍ରୁକ୍ଷର ଉତ୍ପତ୍ତି ହେଲା।
ଏହାର ଦର୍ଶନ ବହୁତ ଲାଭକାରୀ
ଭଗବାନ ଶିବଙ୍କ ସହିତ ଜଡିତ ଥିବା କାରଣରୁ ରୂଦ୍ରାକ୍ଷକୁ ବହୁତ ପବିତ୍ର ବୋଲି ଧରାଯାଏ। କୁହାଯାଏ ରୂଦ୍ରାକ୍ଷକୁ ଧାରଣ କରିବା ମାତ୍ରକେ ହିଁ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଯାଇଥାଏ। କେବଳ ଏତିକି ନୁହେଁ ରୂଦ୍ରାକ୍ଷକୁ ଦର୍ଶନ କଲେ ମଧ୍ୟ ବହୁତ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କୁହାଯାଏ ଯଦି ରୂଦ୍ରାକ୍ଷ ଗଛରେ ପ୍ରତିଦିନ ଜଳ ଅର୍ପଣ କରାଯାଏ ତେବେ ଘରେ ସୁଖ-ଶାନ୍ତି ସର୍ବଦା ରହିଥାଏ।
ନିଶ୍ଚିତ ପଢନ୍ତୁ : ନଡିଆର କେବଳ ଗୋଟିଏ ଖଣ୍ଡ ଦୂର କରିଦେବ ଆପଣଙ୍କ ଶରୀରର ଅନେକ ସମସ୍ୟା !
ଏଠାରେ ରହିଛି ରୂଦ୍ରାକ୍ଷ ଗଛ
ରୂଦ୍ରାକ୍ଷରେ ଗଛ ଦକ୍ଷିଣ ଏସିଆରେ ଜାଓ୍ଵା, ମାଲେସିଆ, ତାଇଓ୍ଵାନ, ଭାରତ ଏବଂ ନେପାଳରେ ମୂଖ୍ୟ ଭାବରେ ମିଳିଥାଏ। ଭାରତରେ ଆସାମ, ଅରୁଣାଚଳ ପ୍ରଦେଶ, ଡେହେରାଡୁନ୍ ଭଳି ସ୍ଥାନରେ ରୂଦ୍ରାକ୍ଷ ଗଛ ଦେଖିବାକୁ ମିଳିଥାଏ।