ଆତଙ୍କବାଦୀ ଦାଉଦ ମଲିକଙ୍କୁ ପାକିସ୍ତାନରେ ହତ୍ୟା, ମୁଖାପିନ୍ଧା ଆକ୍ରମଣକାରୀ ମାରିଲେ ଗୁଳି

‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍‍ ୱାଣ୍ଟେଡ୍‌ ଆତଙ୍କବାଦୀ ମସୁଦ ଅଜହରଙ୍କର ସେ ଡାହାଣ ହାତ ଥିଲେ।

ପାକିସ୍ତାନୀ ଖବରକାଗଜ ମୁତାବକ, ପୋଲିସ କହିଛି ଯେ ଶୁକ୍ରବାର ସକାଳେ ମାସ୍କ ପିନ୍ଧିଥିବା ଅଜଣା ଆକ୍ରମଣକାରୀମାନେ ଗୁଳି ମାରି ଆତଙ୍କବାଦୀ ଦାଉଦ ମଲିକଙ୍କୁ ହତ୍ୟା କରିଛନ୍ତି। ଉତ୍ତର ୱାଜିରିସ୍ତାନ ପାକିସ୍ତାନର ଏକ ଆଦିବାସୀ ଜିଲ୍ଲା, ଏଠାରେ ମିରାଲୀ ଅଞ୍ଚଳରେ ଦାଉଦଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଟାର୍ଗେଟ୍‌ କରାଯାଇ ଗୁଳି ଚଳାଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ରିପୋର୍ଟ ମୁତାବକ, ଏକ ବ୍ୟସ୍ତବହୁଳ ବଜାରରେ ଦିନ ଦ୍ୱିପ୍ରହରରେ ଅଜଣା ଆକ୍ରମଣକାରୀ ଦାଉଦ ମଲିକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଥାଉ କି, ୨୦୨୩ରେ ଏ ପର୍ଯ୍ୟନ୍ତ ୪୧ଟି ଟାର୍ଗେଟେଡ୍ ଆକ୍ରମଣ କରାଯାଇଛି, ଯେଉଁଥିରେ ଅତି କମ୍‌ରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଦାଉଦ ମଲିକ ମୁସାକି ଗାଁର ବାସିନ୍ଦା ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.