Oppo ଲଞ୍ଚ କଲା Find N3 ଫ୍ଲିପ୍ ଫୋନ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ

ଏହି ଫୋନରେ ୭.୮୨ ଇଞ୍ଚର ମେନ୍‌ ଡିସପ୍ଲେ ଏବଂ ୬.୩ ଇଞ୍ଚର ଏକ୍ସଟର୍ନାଲ ସ୍କ୍ରିନ୍‌ ଦିଆଯାଇଛି । Oppo Find N3 ଫ୍ଲିପ୍ ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ ଅଛି ଏବଂ ଏହି ଫୋନ୍ ଆଣ୍ଡ୍ରଏଡ୍ 13 OS ରେ ଚାଲିଥାଏ ।

Oppo ଏହାର ପ୍ରଥମ ଫୋଲଡେବଲ୍ ଫୋନ୍ Find N3 ଫ୍ଲିପ୍ ଫୋନ୍‌ ଲଞ୍ଚ କରିଛି । ଏହି ଫୋନରେ ୭.୮୨ ଇଞ୍ଚର ମେନ୍‌ ଡିସପ୍ଲେ ଏବଂ ୬.୩ ଇଞ୍ଚର ଏକ୍ସଟର୍ନାଲ ସ୍କ୍ରିନ୍‌ ଦିଆଯାଇଛି । Oppo Find N3 ଫ୍ଲିପ୍ ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ ଅଛି ଏବଂ ଏହି ଫୋନ୍ ଆଣ୍ଡ୍ରଏଡ୍ 13 OS ରେ ଚାଲିଥାଏ । Oppo Find N3 ଫ୍ଲିପ୍ ଫୋନ୍ ମାତ୍ର ୯,୯୯୯ ୟୁଆନ୍ ବା ଭାରତୀୟ ମୂଲ୍ୟ ୧,୧୩,୮୦୦ ଟଙ୍କାରେ ଲଞ୍ଚ କରାଯାଇଛି ।

କ୍ୟାମେରା :
Oppoର ଏହି ଫୋଲଡେବଲ୍‌ ଫୋନରେ ୪୮MPର ପ୍ରାଇମେରୀ କ୍ୟାମେରା, ୪୮MPର ଅଲଟ୍ରାୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ୬୪MPର ଟେଲିଫୋଟୋ କ୍ୟାମେରା ଦିଆଯାଇଛି । ସେଲଫି ପାଇଁ ଫୋନରେ ୩୨MP ସେଲଫି ସୁଟର ଦିଆଯାଇଛି । ଏହା ସହିତ ଏହି ଫୋନରେ ପାଓ୍ଵାର ପାଇଁ ୬୭Wର ସୁପରଭୋକ ଫାଷ୍ଟ ଚାର୍ଜର ଦିଆଯାଇଛି ।

ସ୍ପେସିଫିକେସନ :
Oppoର ଏହି ଫୋନରେ ସ୍ନାପଡ୍ରାଗନ୍ ୮ଜେନ ୨ଲାଟେଷ୍ଟ ପ୍ରୋସେସର୍ ଅଛି, ଯାହା ୧୬ ଜିବି ରାମ୍ ଏବଂ ୫୧୨ ଜିବି ଷ୍ଟୋରେଜ୍ ସହିତ ପେୟାର କରାଯାଇଛି । ଏହି ଫୋନରେ ୬.୩୧ ଇଞ୍ଚର FHD + ଡିସପ୍ଲେ ରହିଛି, ଯେଉଁଥିରେ ୧୧୧୬x୨୪୮୪ ପିକ୍ସେଲର ରିଜୋଲ୍ୟୁସନ ମିଳିଥାଏ ।

Oppoର ଏହି ଫୋଲଡେବଲ୍ ଫୋନ୍ ୨୨ ଅକ୍ଟୋବରରୁ କିଣି ହେବ । ଏହି ଫୋନରେ ଆପଣ ୧୨,୦୦୦ ଟଙ୍କା କ୍ୟାସବ୍ୟାକ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ କାର୍ଡରେ ୨୪ ମାସର ନୋ କଷ୍ଟ ଇଏମଆଇ ପାଇବେ । ଏହା ସହିତ ଏହି ଫୋନରେ ୮୦୦୦ ଟଙ୍କା ବୋନସ୍ ଏବଂ ୬ ମାସ ପାଇଁ ସ୍କ୍ରିନ୍ ୱାରେଣ୍ଟି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.