ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ୱକପ ମ୍ୟାଚ୍‌ : ହାର୍ଦ୍ଦିକଙ୍କ ସ୍ଥାନରେ କାହାକୁ ମିଳିବ ସ୍ଥାନ ! ଚିନ୍ତାରେ ଟିମ୍‌ ମ୍ୟାନେଜମେଣ୍ଟ

ହାର୍ଦ୍ଦିକଙ୍କ ସ୍ଥାନରେ କେଉଁ ଖେଳାଳି ଟିମରେ ସାମିଲ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱକପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଧର୍ମଶାଳାରେ ଖେଳାଯିବ ।

ଆଘାତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚରୁ ବାଦ୍‌ ପଡିଛନ୍ତି । ତେବେ ଏବେ ହାର୍ଦ୍ଦିକଙ୍କ ସ୍ଥାନରେ କେଉଁ ଖେଳାଳି ଟିମରେ ସାମିଲ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱକପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଧର୍ମଶାଳା ପିଚ ବୋଲରଙ୍କ ପାଇଁ ବଢିଆ ସୁଯୋଗ ଆଣିଦେବ । ଟିମରେ ହାର୍ଦ୍ଦିକଙ୍କ ସ୍ଥାନରେ ବ୍ୟାଟର କି ସାମିଙ୍କୁ ସ୍ଥାନ ମିଳିବ, ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛନ୍ତି ।

ଧର୍ମଶାଳାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଧର୍ମଶାଳା ପିଚରେ ଟିମ୍‌ ମ୍ୟାନେଜମେଣ୍ଟ ମହମ୍ମଦ ସାମିଙ୍କୁ ଟିମରେ ସ୍ଥାନ ଦେଇପାରେ । ସାମି ଏପର୍ଯ୍ୟନ୍ତ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ସେପଟେ ସ୍ପିନରଙ୍କୁ ଖେଳିବାରେ ନ୍ୟୁଜିଲାଣ୍ଡ ବ୍ୟାଟର ସଂଘର୍ଷ କରିପାରନ୍ତି । ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଅଶ୍ୱିନଙ୍କୁ ଟିମରେ ସ୍ଥାନ ଦେଇପାରେ ।

ଈଶାନ କିଶନ ଟିମରେ ହାର୍ଦ୍ଦିକଙ୍କ ସ୍ଥାନରେ ଆସିବାକୁ ପ୍ରସ୍ତୁତ ରହିଛନ୍ତି । ସେହିପରି ସୂର୍ଯ୍ୟକୁମାରଙ୍କ ଟିମରେ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ମିଳିନି । ତେବେ ଟିମ୍‌ ମ୍ୟାନେଜମେଣ୍ଟ ହାର୍ଦ୍ଦିକ ସ୍ଥାନରେ ବୋଲର କି ବ୍ୟାଟରଙ୍କୁ ସ୍ଥାନ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ପାଣ୍ଡ୍ୟାଙ୍କ ସ୍କାନ କରାଯାଇଛି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସେ ବିସିସିଆଇର ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୨୦ରେ ଟିମ୍ ଇଣ୍ଡିଆ ସହିତ ଧର୍ମଶାଳା ଯିବେ ନାହିଁ। ସେ ସିଧାସଳଖ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଲକ୍ଷ୍ନୌରେ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.