ଆଜି ଲୋକସଭାରେ ତ୍ରିପଲ ତଲାକ ବିଧେୟକ ଉପରେ ଆଲୋଚନା , ପାଖାପାଖି ୪ ଘଣ୍ଟା ଧରି ହେବ ଚର୍ଚ୍ଚା

ଦିଲ୍ଲୀ(କେନ୍ୟୁଜ୍) : ତ୍ରିପଲ ତଲାକ ବିଧେୟକ ଉପରେ ଆଜି ଲୋକସଭାରେ ଚର୍ଚ୍ଚା ହେବ । ଆଜି ଦିନ ୨ଟାରୁ ପାଖାପାଖି ୪ ଘଣ୍ଟା ଏହି ବିଲ୍‌ ଉପରେ ଆଲୋଚନା ହେବ । ବିଲ୍‌ ପାସ୍‌ କରାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସରକାର । ଆଲୋଚନା ବେଳେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ହ୍ଵିପ୍‌ ଜାରି କରିଛି ବିଜେପି । ସେହିପରି ବିରୋଧୀ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ହୋଇଛନ୍ତି । କଂଗ୍ରେସ ମଧ୍ୟ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ଵିପ୍‌ ଜାରି କରିଛି । ଗତ ସେପ୍ଟେମ୍ବର ୧୭ ତାରିଖରେ ଏନେଇ ଅଧ୍ୟାଦେଶ ଅଣାଯାଇଥିଲା । ଏହି ଆଲୋଚନାରେ ଭାଗ ନେବା ପାଇଁ କଂଗ୍ରେସ ସହମତି ଦେଇଛି ।

dissଗତ ସପ୍ତାହରେ ଏହି ବିଧେୟକ ଉପରେ ଆଲୋଚନା ହେବାର ଥିଲା । କିନ୍ତୁ ଆଜି ଆଲୋଚନା ପାଇଁ ଗୃହରେ କହିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ । ଏହା ଉପରେ ସହମତି ପ୍ରକାଶ କରି ଆଜି ଆଲୋଚନା ପାଇଁ ବାଚସ୍ପତିକୁ ଅନୁରୋଧ କରିଥିଲେ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ମୋଦି କ୍ୟାବିନେଟ୍‌ ଏହି ବିଲ୍‌ ଉପରେ ଅଗଷ୍ଟ ୯ ତାରିଖରେ ତିନିଟି ସଂଶୋଧନ କରିଛନ୍ତି । ଯେଉଁଥିରେ ଜାମିନ୍‌ ଦେବାର ଅଧିକାରୀ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ରହିବ । କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲାରେ ସମାଧାନ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.