ସ୍ଥଳ ସେନାରେ ସାମିଲ ହେଲା ମେଡ୍ ଇନ୍ ଇଣ୍ଡିଆ ଲଢ଼ୁଆ ଯାନ, ୧୮୦୦ ମିଟର ଦୂରରୁ ଦେଖିପାରିବେ ଚାଳକ

ନୂଆଦିଲ୍ଲୀ : ଭାରତୀୟ ସ୍ଥଳ ସେନାରେ ସାମିଲ ହେଲା ମେଡ୍ ଇନ୍ ଇଣ୍ଡିଆ କମ୍ବାଟ୍ ଭେହିକିଲ୍ । ଏହାକୁ ଜଣେ ସହଜରେ ଚଳାଇ ପାରିବ । ଯାନରେ ବସି ୧୮୦୦ ମିଟର ଦୂରରୁ ସବୁ କିଛି ଦେଖିପାରିବେ ଚାଳକ । ଗାଡ଼ିରେ ଖଞ୍ଜା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଗାଡ଼ି ଭିତରେ ବସି ନିୟନ୍ତ୍ରଣ କରିହେବ ।

ଆଜି ଲେହରେ ସ୍ଥଳ ସେନାରେ ସାମିଲ ହୋଇଛି ଏହି ଲଢ଼ୁଆ ସାମରିକ ଯାନ। ଡିଆରଡିଓ ଏବଂ ଟାଟା ଗ୍ରୁପ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି। ଏହି ଯାନ ସେନାରେ ବହୁତ ସହାୟକ ହେବ । ଶତ୍ରୁକୁ ବହୁ ଦୂରରୁ ଦେଖି ସଫଳତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ।

ଏହି କମ୍ବାଟ ଭେହିକିଲ୍‌ ସେନାର ମନୋବଳକୁ ମଧ୍ୟ ବଢ଼ାଇବ । ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଏହି ଯାନ ବହୁତ କାମ ଦେବ ବୋଲି ସେନା ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.