ଜମ୍ମୁ-କାଶ୍ମୀର: ଉରିରେ ବଡ଼ ଦୁର୍ଘଟଣା; ଖାଇରେ ଗାଡ଼ି ଖସି ୭ ଜଣଙ୍କ ମୃତ୍ୟୁ, ୮ ଆହତ

ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀ ଗାଡ଼ି ଖାଇରେ ଖସି ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି ।

ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀ ଗାଡ଼ି ଖାଇରେ ଖସି ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବାରାମୂଳା ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ମୁତାବକ, ଏକ ଗାଡ଼ି ହଠାତ୍‌ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା । ଏଥିରେ ୧୨ରୁ ଅଧିକ ଲୋକ ଥିଲେ । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ଅଭିଯାନ ଚଳାଇଥିଲା । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ବ୍ଲକ ଚିକିତ୍ସା ଅଧିକାରୀ କହିଛନ୍ତି, ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରାଯାଇଛି । ୭ ଜଣଙ୍କ ମୃତଦେହ ବୋନିୟାର ପିଏଚ୍‌ସିରେ ଅଛି । ସେପଟେ ଆହତ ୮ ଜଣଙ୍କୁ ବାରାମୂଳା ଜିଏମ୍‌ସି ରେଫର କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.