ତାମିଲନାଡ଼ୁ: ବସ୍‌ରୁ ଓହ୍ଲାଇବା ବେଳେ ବିଗିଡ଼ିଲା ବାଲାନ୍ସ, ଚୁଟି ଧରି ମୁତ୍ୟୁମୁଖରୁ ଟାଣି ଆଣିଲେ କଣ୍ଡଣ୍ଟର

ତାମିଲନାଡ଼ୁର ଇରୋଡରୁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏଥିରେ ଦେଖାଯାଉଛି, ବସ୍‌ରେ ଯାତ୍ରା କରୁଥିବା ଜଣେ ଯୁବତୀ ଓହ୍ଲାଇବା ପାଇଁ ଡୋର୍‌ ପାଖକୁ ଆସୁଛନ୍ତି । ଏହାରି ଭିତରେ ହଠାତ୍‌ ତାଙ୍କର ସନ୍ତୁଳନ ବିଗିଡ଼ି ଯାଉଛି ।

ତାମିଲନାଡ଼ୁର ଇରୋଡରୁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏଥିରେ ଦେଖାଯାଉଛି, ବସ୍‌ରେ ଯାତ୍ରା କରୁଥିବା ଜଣେ ଯୁବତୀ ଓହ୍ଲାଇବା ପାଇଁ ଡୋର୍‌ ପାଖକୁ ଆସୁଛନ୍ତି । ଏହାରି ଭିତରେ ହଠାତ୍‌ ତାଙ୍କର ସନ୍ତୁଳନ ବିଗିଡ଼ି ଯାଉଛି । ସେ ଚଳନ୍ତା ବସ୍‌ରୁ ରାସ୍ତାକୁ ପଡ଼ିବା ପୂର୍ବରୁ କଣ୍ଡଣ୍ଟର ତତ୍‌କ୍ଷଣାତ ଯୁବତୀଙ୍କ ଚୁଟି ଧରି ଉପରକୁ ଭିଡ଼ି ଆଣୁଛନ୍ତି । ଏହି ଘଟଣା ମାତ୍ର କିଛି ସେକେଣ୍ଡର । କିନ୍ତୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବସ୍‌ ଯାତ୍ରୀମାନଙ୍କୁ ଧରି ଡିପୋରୁ ମେଟ୍ଟୁର ଯାଉଥିଲା । ଏଥିରେ ଯାତ୍ରା କରୁଥିବା ଜଣେ ଯୁବତୀ ଚିତହାର ଯିବା ପାଇଁ ବସିଥିଲେ । ବସ୍‌ ଯେତେବେଳେ ଚିତହାର ପାଖାପାଖି ପହଞ୍ଚିଥିଲା, ଯୁବତୀ ଜଣକ ସିଟ୍‌ରୁ ଉଠି ଡୋର୍‌ ଆଡ଼କୁ ଆସିଥିଲେ, ହେଲେ ଏହି ସମୟରେ ତାଙ୍କର ଗୋଡ଼ ଖସି ଯାଇଥିଲା । ଯଦିଓ ବସ୍‌ର ଫୁଟ୍‌ବୋର୍ଡରେ ଛିଡ଼ା ହୋଇଥିବା କଣ୍ଡଣ୍ଟର ତୁରନ୍ତ ତାଙ୍କ ଚୁଟି ଧରି ଭିତରକୁ ଟାଣି ଆଣିଥିଲେ, ଯାହାଫଳରେ ଯୁବତୀଙ୍କ ଜୀବନ ରକ୍ଷା ପାଇଯାଇଥିଲା ।

ଘଟଣାର କିଛି ମିନିଟ୍‌ ପରେ ଯୁବତୀ ନିଜ ଗନ୍ତବ୍ୟସ୍ଥଳରେ ଓହ୍ଲାଇଥିଲେ । ବସ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି । ଏଥିରେ ଦେଖିବାକୁ ମିଳୁଛି ଯେ ଯୁବତୀଙ୍କ ସହିତ ଏହି ଘଟଣା ପରେ ବସ୍‌ର ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେପଟେ ଲୋକମାନେ ଯୁବତୀଙ୍କ ଜୀବନ ରକ୍ଷା କରିଥିବାରୁ ବସ୍‌ କଣ୍ଡଣ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.