କୋଲକାତାରେ ମମତାଙ୍କ ମହାରାଲି : ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ

ଭୁବନେଶ୍ବର (କେନ୍ୟୁଜ୍) : ମୋଦି ସରକାରଙ୍କ ଏକ୍ସପାୟରି ଡେଟ୍ ସରିଛି । ନୂଆ ସକାଳ ହେବ, ନୂଆ ପ୍ରଧାନମନ୍ତ୍ରୀ ଆସିବେ । ପରିବର୍ତ୍ତନ ପାଇଁ କୋଲକାତାରେ ଏକଜୁଟ୍ ହୋଇଥିଲେ ମୋଦି ବିରୋଧୀ ୨୨ଟି ଦଳ । ଲିଡ୍ରେ ଥିଲେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରୁ ବିଜେପି ବିରୋଧରେ ୧୯ ନିର୍ବାଚନ ପାଇଁ ମିଳିତ ଭାବେ ଯୁଦ୍ଧ ଘୋଷଣା କଲେ ଆଣ୍ଟି ଏନଡିଏ ଦଳ।

ମମତାଙ୍କ ମହା ସମାବେଶ। ସାମିଲ ଥିଲେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ। ଉପସ୍ଥିତ ଥିଲେ ୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସହ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା। ମୋଟ ୨୨ ଦଳର ପ୍ରମୁଖ ନେତା ଥିଲେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ। ୟୁନାଇଟେଡ୍ ଇଣ୍ଡିଆ ରାଲିରେ ବିଜେପି ବିରୋଧୀ ଦଳ ଏକଜୁଟ୍ ହୋଇ ଶକ୍ତି ଦେଖାଇଲେ। ସବୁ ଗର୍ଜିଲେ… ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ। ମମତା କହିଲେ ମୋଦି ସରକାରଙ୍କ ଏକ୍ସପାୟରୀ ଡେଟ୍ ଚାଲିଯାଇଛି। ମୋଦି-ଅମିତ ଶାହା ଯୋଡ଼ିକୁ ହିଟଲର ସହ ତୁଳନା କଲେ କେଜରିୱାଲ। ମୋଦିଙ୍କୁ କାମ କମ୍ ପ୍ରଚାର ସର୍ବସ୍ୱ ପ୍ରଧାନମନ୍ତ୍ରୀ କହିଲେ ଚନ୍ଦ୍ରବାବୁ।

modi

ସେପଟେ ମହାମେଣ୍ଟ ଉପରେ ମୋଦିଙ୍କ ଜବାବ, ଦୁର୍ନୀତି ବିରୋଧୀ ଅଭିଯାନକୁ ଡରି ମେଣ୍ଟ ତିଆରି ହୋଇଛି। ମେଣ୍ଟ ମୋଦି ବିରୋଧୀ ନୁହଁ ବଂର ଲୋକଙ୍କ ବିରୋଧରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୧୯ ନିର୍ବାଚନ ପୂର୍ବରୁ ଗୋଟିଏ ମଂଚରେ ୨୨ଟି ଦଳ। ଯାହା ବିଜେପି ବିରୋଧରେ ଅଭିଯାନକୁ ନୂଆ ଦିଗ ଦେଇଛି। ଆଜିର ମେଳିରେ କିନ୍ତୁ ନଥିଲେ ବିଜେଡି ଓ ଟିଆରଏସ୍ ଭଳି ଆଞ୍ଚଳିକ ଦଳ। ଏହାସହ ପଶ୍ଚିମବଙ୍ଗ ରାଜନୈତିକ ଗଣିତ ଦୃଷ୍ଟିରୁ ରାଲିକୁ ଆସିନଥିଲେ ବାମଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.