ପଇସା ମାଗିବାରୁ ଶ୍ରମିକର ପ୍ରାଇଭେଟ ପାର୍ଟରେ ପବନ ଭରିଲା ମାଲିକ, ଚାଲିଗଲା ଜୀବନ

ମଧ୍ୟପ୍ରଦେଶ ଶିବପୁରୀରେ ଏକ ଚାଞ୍ଚଲ୍ଯକର ଘଟଣା ଘଟିଛି। ଏଠିକାର ଜଣେ କର୍ମଚାରୀ ଜଣେ ମାଲିକଙ୍କୁ ପଇସା ମାଗିବାକୁ ଆସିବାରୁ ତାଙ୍କ ମଳାଶୟରେ କମ୍ପ୍ରେସର ସାହାଯ୍ଯରେ ପବନ ଭର୍ତ୍ତି କରିଥିଲେ। ଯାହାଫଳରେ ଶ୍ରମିକ ଜଣଙ୍କର ଜୀବନ ଚାଲିଯାଇଥିଲା। ମୃତକ ଶ୍ରମିକଙ୍କ ନାମ ପରମାନନ୍ଦ ଧାକଡ। ସେ ଶିବପୁରୀ ଜିଲ୍ଲାର ଗାଜିଗଡ ଧୋରିୟାର ବାସିନ୍ଦା। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଶିବପୁରୀ ଏସପିଙ୍କ କହିବା ମୁତାବକ, ପରମାନନ୍ଦ ଷ୍ଟୋନ କ୍ରସର ୟୁନିଟ ଦିହାଡିରେ ଶ୍ରମିକ ଭାବେ କାମ କରୁଥିଲେ। ଏହି ୟୁନିଟର ମାଲିକ ଏବଂ ଚାରି କର୍ମଚାରୀଙ୍କ ମଧ୍ୟରେ ଏକ ମାସ ତଳେ ବିବାଦ ହୋଇଥିଲା। ଏହାର ମାଲିକକୁ ୮ ନଭେମ୍ବର ଦିନ ଶ୍ରମିକ ପଇସା ମାଗିବାରୁ ତାଙ୍କୁ ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.