ସମ୍ପର୍କରେ କଳଙ୍କ ! ନିଜ ବେଡ୍‌ରେ ବାପା ସହ ସ୍ତ୍ରୀର ଅନୈତିକ ସମ୍ପର୍କକୁ ଦେଖିଦେଲା ପୁଅ, ଆଉ ରାଗରେ କରି ବସିଲା ଏମିତି କାଣ୍ଡ

ଶ୍ୱଶୁର ଓ ବୋହୂ ଭିତରେ ଅନୈତିକ ସମ୍ପର୍କ ଥିବା ନେଇ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ନିଜ ବାପା ଓ ସ୍ତ୍ରୀକୁ ଆପତ୍ତିଜନକ ଅବସ୍ଥାରେ ଦେଖି ୩୫ ବର୍ଷୀୟ ଯୁବକ ରାଗରେ ନିଆଁ ବାଣ ହୋଇ ଉଭୟଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି। ଏନେଇ ଅଭିଯୁକ୍ତର ଜଣେ ସମ୍ପର୍କୀୟ ପୋଲିସକୁ ଖବର ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସର କହିବାନୁସାରେ, ଅଭିଯୁକ୍ତ ସନ୍ତୋଷ ଲୋଧି ନିଜ ବାପା ଓ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି। ଏଥିସହ ସନ୍ତୋଷ କହିଛି ଯେ ସେ ୧୫ ବର୍ଷ ପୂର୍ବେ କବିତାକୁ ବିବାହ କରିଥିଲା। ତାଙ୍କର ଏକ ୧୧ ବର୍ଷର ପୁଅ ଓ ୮ ବର୍ଷର ଝିଅ ମଧ୍ୟ ଅଛି। କିନ୍ତୁ ସନ୍ତୋଷ ସହ କବିତା ଖୁସି ନଥିଲା। ସନ୍ତୋଷ ପରିବାର ପୋଷିବାକୁ କେମିତି ଅଧିକ ଟଙ୍କା ରୋଜଗାର କରିବ ସେଥିପ୍ରତି ଧ୍ୟାନ ଦେଉଥିବାରୁ କବିତାକୁ ସମୟ ଦେଇପାରୁନଥିଲା। ଏଣୁ କବିତା ନିଜ ଦେହର ଭୋକ ମେଣ୍ଟାଇବାକୁ ପରପୁରୁଷ ଖୋଜିଥିଲା।

ପ୍ରଥମେ ଶ୍ୱଶୁରକୁ ନିଜ ମାୟା ଜାଲରେ ପକାଇଥିଲା କବିତା। ଘରେ କେହି ନଥିବା ବେଳେ ପ୍ରାୟତଃ କବିତା ନିଜ ଶ୍ୱଶୁର ସହ ଶାରୀରିକ ଖେଳରେ ମାତି ଯାଉଥିଲା। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଦିନେ ସନ୍ତୋଷ ଶୀଘ୍ର ଘରକୁ ଫେରିଆସିବାରୁ ନିଜ ବେଡ୍‌ରୁମ୍‌ରେ ବାପା ଓ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଦେଖି ଦେଇଥିଲା। ଉଭୟେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ଥିଲେ। ସନ୍ତୋଷ ସେମାନଙ୍କୁ ବୁଝାଇବା ପରେ ବି ସେମାନେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ।

ଉଭୟ ବାପା ଓ ସ୍ତ୍ରୀ ତା’ ସହ ବିଶ୍ୱାସଘାତକ କରିଥିବାରୁ ତା’ ରାଗ ମୁଣ୍ଡକୁ ଚଢ଼ିଥିଲା। ଏଣୁ ଏକ କୁରାଢ଼ୀ ଆଣି ଉଭୟ ବାପା ଓ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ସନ୍ତୋଷ। ପାଟି ଶୁଣି ପଡ଼ିଶା ଘର କକା ଆସି ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଥିବା ବେଳକୁ ସନ୍ତୋଷ ଘର ବାରଣ୍ଡାରେ ବସିଥିଲା। ପୋଲିସ ତାକୁ ଗିରଫ କରିଛି। ଅନ୍ୟପଟେ ଦୁଇ ପିଲାଙ୍କୁ ଉକ୍ତ ସମ୍ପର୍କୀୟ ନିଜ ଘରକୁ ନେଇଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.