ମଣିପୁର ହିଂସା, ପୁଲିସ ଗୁଳିରେ ୩୦ ଆତଙ୍କୀ ମୃତ

ରାଜ୍ୟରେ ହିଂସା କରୁଥିବା ୩୦ ଆତଙ୍କୀ ପୁଲିସ ଗୁଳିରେ ନିହତ ହୋଇଛନ୍ତି । ଆହୁରି କେତେକ ଆତଙ୍କୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ଏହି ହିଂସା ବେଳେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬, ଏକେ-୪୭ ଓ ସ୍ନାପର ଗନ ବ୍ୟବହାର କରାଯାଇଥିବା ଜଣାଯାଇଛି ।

ଇମ୍ଫାଲ : ରାଜ୍ୟରେ ହିଂସା କରୁଥିବା ୩୦ ଆତଙ୍କୀ ପୁଲିସ ଗୁଳିରେ ନିହତ ହୋଇଛନ୍ତି । ଆହୁରି କେତେକ ଆତଙ୍କୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ଏହି ହିଂସା ବେଳେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬, ଏକେ-୪୭ ଓ ସ୍ନାପର ଗନ ବ୍ୟବହାର କରାଯାଇଥିବା ଜଣାଯାଇଛି ।

ଆତଙ୍କୀମାନେ ଲୋକଙ୍କ ଘର ଜଳାଉଥିବା ସହ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଉଥିଲେ । ପୁଲିସ ଓ ସେନାଙ୍କ ଦ୍ୱାରା ଆତଙ୍କୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହାଛଡା ପୁଲିସ ଆରଏଏଫର ୩ ଯବାନଙ୍କୁ ଗିରଫ କରିଛି । ଏମାନଙ୍କ ଉପରେ ମାଂସ ଦୋକାନ ଜଳାଇବା ଅଭିଯୋଗ ରହିଥିଲା । ପୁଲିସ ସୂଚନା ଅନୁଯାୟୀ ଏହି ୩ ଯବାନ ସାଦା ପୋଷାକରେ ଏକ କାରରେ ଆସି ଆଦିବାସୀ ବ୍ୟବସାୟୀଙ୍କ ମାଂସ ଦୋକାନରେ ନିଆଁ ଲଗାଇବାକୁ ପ୍ରୟାସ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ୩ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ୩ ମଇରୁ ଆରମ୍ଭ ହୋଇଥିବା ମଣିପୁର ହିଂସାରେ ଏଯାଏ ୭୦ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୦ ଲୋକ ଆହତ ହୋଇଥିବା ବେଳେ ପ୍ରାୟ ୪୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.