Below header

ମରି ନାହିଁ ମାରାତ୍ମକ ଆତଙ୍କବାଦୀ ମସୁଦ ଆଝାର

ଲାହୋର : ମରି ନାହିଁ ମଣିଷ ଜାତି ପାଇଁ କଳଙ୍କ ଆତଙ୍କବାଦୀ ମସୁଦ ଆଝାର୍‌ । ଏକଥା ସ୍ପଷ୍ଟ କରିଛି ପାକିସ୍ତାନ । ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଅସୁସ୍ଥତା ଯୋଗୁଁ ମରିଗଲା ବୋଲି ଗତକାଲି ବିଭିନ୍ନ ଗଣମାଧ୍ୟମରେ ସୋସିଆଲ ମିଡଆ ସୂଚନା ଅନୁଯାୟୀ ପ୍ରଚାର ହେଲା । ତେବେ ତାର ପରିବାର ଲୋକେ ଏକ ପାକ୍‌ ଗଣମାଧ୍ୟମକୁ ମସୁଦ ମରି ନାହିଁ ବୋଲି କହିଛନ୍ତି ।
ପାକିସ୍ତାନ ଭାଓ୍ଵଲପୁର ବାସିନ୍ଦା ମସୁଦ ୨୦୦୦ ମସିହାରେ ଜୈସ-ଇ-ମହମ୍ମଦ ଆତଙ୍କବାଦ ସଂଗଠନ ଗଠନ କରିଥିଲା । ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମସୁଦକୁଏବେ ୫୦ ବର୍ଷ ବୟସ । ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ବୋଲି କୁହାଯାଉଛି । ଗତ ମାସ ୨୬ ତାରିଖରେ ଭାରତର ଏୟାର ଷ୍ଟ୍ରାଇକ୍‌ରେ ମସୁଦର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ପ୍ରଚାର ହୋଇଥିଲା । ତେବେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା । ଏବେ ପୁଣି ସେ ମରି ଯାଇଛି ବୋଲି ଖବର ଆସିବା ପରେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ସେ ଅସୁସ୍ଥ ଥିବାର ତାର ଚିକିତ୍ସା ଚାଲିଛି ବୋଲି ମସୁଦର ସମ୍ପର୍କୀୟମାନେ କହିଛନ୍ତି । ପୁଲଓ୍ଵାମା ବିସ୍ଫୋରଣ ପରେ ମସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କୀ ଭାବେ ଘୋଷଣା କରିବାକୁ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଜାତିସଂଘରେ ସାନି ଆବେଦନ କରିଛନ୍ତି । ତେବେ ପାକିସ୍ତାନ ତାକୁ ପୂରା ସୁରକ୍ଷା ଦେଇ ବିଭିନ୍ନ ମିଥ୍ୟା ଖବର ପ୍ରଚାର କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.