ହ୍ଵାଇଟ୍‌ ଜମସୁଟ୍‌ ସହ ବନାରସୀ ସ୍କାର୍ଫରେ ଦେଶୀ ଟଚ୍‌ ଦେଲେ ଟ୍ରମ୍ପଙ୍କ ପତ୍ନୀ ମେଲାନିୟା

ଆପଣମାନେ ସମସ୍ତେ ଜାଣିାରିଥିବେ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫାଷ୍ଟ ଲେଡି ମେଲାନିୟା ଟ୍ରମ୍ପ ଭାରତରେ ପ୍ରବେଶ କରିସାରିଛନ୍ତି, ଯାହାଙ୍କର ଚର୍ଚ୍ଚା ଏବେ ଚାରିଆଡେ ଦେଖିବାକୁ ମିଳିଛି। କିନ୍ତୁ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ଅର୍ଥାତ ଫାଷ୍ଟ ଲେଡି ମେଲାନିୟା ଟ୍ରମ୍ପଙ୍କ ବିଷୟରେ ଅଧିକ ଚର୍ଚ୍ଚା ଜାରି ରହିଛି। ଏହାବ୍ୟତୀତ ଫ୍ୟାସନ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କର ଷ୍ଟାଇଲିଶ୍‌ର ଚର୍ଚ୍ଚା ଦେଖିବାକୁ ମିଳିଛି।

ସୂଚନା ମୁତାବକ ମେଲାନିୟା ହ୍ଵାଇଟ୍‌ ଜମସୁଟ୍‌ ସହ ଗ୍ରୀନ୍‌ ବନାରସୀ ସ୍କାର୍ଫ ପିନ୍ଧିଥିବାର ନଜର ଆସିଛନ୍ତି। ମେଲାନିୟାଙ୍କ ଏହି ଲୁକ୍‌ ଇନଷ୍ଟାଗ୍ରାମ ଅନୁଯାୟୀ Herve Pierre Creative Director କରିଥିଲେ। ମେଲାନିୟା ନିଜେ ଏହାର ପ୍ରକୃତ ଡିଜାଇନ୍‌ ସେୟାର କରିଥିଲେ।