Below header

ଅଦ୍ଭୁତ ରୋବୋଟ୍‌ ତିଆରି କଲା ଜାପାନ, ଯାହା ଦେଖିବାକୁ ଅବିକଳ ଶିଶୁ ଭଳି

ନିକଟରେ ଜାପାନର ବୈଜ୍ଞାନିକମାନେ ଏମିତି ଏକ ରୋବୋଟ୍‌ ତିଆରି କରିଛନ୍ତି, ଯାହାକି ଦେଖିବାକୁ ପୂରାପୂରି ମଣିଷ ଭଳି। ରେବୋଟ୍‌ର ଚେହେରା ବିଲ୍‌କୁଲ ଏକ ଶିଶୁ ଭଳି ଦେଖାଯାଉଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହା ମଣିଷ ଭଳି ଯନ୍ତ୍ରଣାକୁ ମଧ୍ୟ ଅନୁଭବ କରିପାରୁଛି।

2

ଓସାକା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ସ୍ୱତନ୍ତ୍ର ରୋବୋଟର ଭିଡିଓ ଜାରି କରିଛନ୍ତି। ରୋବୋଟ୍‌ର ନାଁ ‘ଏଫେଟ୍ଟୋ’ ଦିଆଯାଇଛି। ଇଟାଲିୟନ୍‌ରେ ଯାହାର ଅର୍ଥ ହେଉଛି ‘ସ୍ନେହ ବା ପ୍ୟାର୍‌। ବୈଜ୍ଞାନିକମାନଙ୍କ କହିବା ହେଲା, ମଣିଷ ରୋବୋଟ୍‌ ସହିତ ରହିବା ଦିନ ପାଖେଇ ଆସିଲାଣି।

r4

୨୦୧୧ରେ ପ୍ରଥମ ଥର ଏହି ରୋବୋଟ୍‌କୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ୨୦୧୮ରେ ଏଥିରେ କେତେକ ପ୍ରକାରର ପରିବର୍ତ୍ତନ କରାଗଲା। ରୋବୋଟ୍‌ରେ ଇଲେକ୍ଟ୍ରିକାଲ୍‌ ଚାର୍ଜ ଜରିଆରେ ସିନ୍ଥେଟିକ୍‌ ସ୍କିନ୍‌ ଲଗାଯାଇଛି, ଯଦ୍ଦ୍ଵାରା ଏହା ଅବିକଳ ମଣିଷ ଭଳି ଦେଖାଯାଉଛି। ତେବେ ଜଣେ ପ୍ରଫେସରଙ୍କ କହିବା ହେଲା, ଯଦି ରୋବୋଟଟି ସଫଳ ହେବ, ତା’ହେଲେ ଏହା ଜାପାନର ବୃଦ୍ଧ ଲୋକଙ୍କର ବହୁତ କାମରେ ଆସିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.