ପୁଣି ଲଜ୍ଜା : ୧୧ ବର୍ଷୀୟ ନାବାଳିକାକୁ ଯୌନ ନିର୍ଯାତନା

ହାଇଦ୍ରାବାଦରେ ଦୁଇ ଜଣ ଯୁବକ ୧୧ ବର୍ଷର ନାବାଳିକାକୁ ଯୌନ ଶୋଷଣ କରିଛନ୍ତି। ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ଦୁଇଜଣ ନାବାଳିକାକୁ ନେଇ ଫିଲ୍ମ ଦେଖାଇବା ବାହାନାରେ ଏକ ଖାଲିପଡିଥିବା ଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ।
ଅଭିଯୁକ୍ତ ଦୁଇଜଣ ଉକ୍ତ ନାବାଳିକା ଏବଂ ତାଙ୍କ ଆଠ ବର୍ଷୀୟ ସମ୍ପର୍କୀୟ ଭଉଣୀକୁ ଫିଲ୍ମ ଦେଖାଇବାକୁ କହି ଏପରି ଜଘନ୍ୟ କାମ କରିଛନ୍ତି।

ସୈଦାବାଦ ପୁଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ ଦୁଇ ଯୁବକ ନାବାଳିକାକୁ ଯୌନ ଶୋଷଣ କରୁଥିଲେ। ଦୁହିଁ ଅଭିଯୁକ୍ତଙ୍କ ବୟସ ୨୩ ଏବଂ ୨୫ ବର୍ଷ। ଦୁହିଁ ଅଭିଯୁକ୍ତ ମଧ୍ୟରୁ ଜଣେ ଅନଲାଇନ ଫୁଡ ଏଗ୍ରିଗେଟରରେ ଡେଲିବରୀ ପିଲା ଭାବେ କାମ କରୁଛି । ଫୁଡ ଡେଲିଭର କରୁଥିବା ଘଟଣାକୁ ଘଟାଇବା ପରେ ଫେରାର ହୋଇଯାଇଥିଲା କିନ୍ତୁ ପରେ ତାକୁ ପୋଲିସ ଗିରଫ କରିଛି ।

ଏହା ସହ ପଢ଼ନ୍ତୁ : ଏ କି ପ୍ରେମ ! ଘର ଲୋକଙ୍କୁ ସାକ୍ଷାତ କରିବା ବାହାନାରେ ପ୍ରେମିକାକୁ ପାହାଡରୁ ଠେଲି ଦେଲା ପ୍ରେମିକ

ଉକ୍ତ ନାବାଳିକାକୁ ବାହାରକୁ ନେଇଯିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ଥାନାଧିକାରୀଙ୍କ କହିବାନୁଯାୟୀ, ସ୍ଥାନୀୟ ଲୋକଙ୍କ ସନ୍ଦେହ ଆଧାରରେ ଅଭିଯୁକ୍ତକୁ ଧରି ପିଟିଥିଲେ ଏବଂ ପୋଲିସକୁ ଧରାଇଥିଲେ। ନାବାଳିକାଙ୍କ ବୟାନ ଅନୁସାରେ ଦୁହିଁଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ସମ୍ବନ୍ଧିତ ଧାରା ଏବଂ ପୋକସୋ ଆଇନ ଅନୁଯାୟୀ ଅପହରଣ ଏବଂ ଦୁଷ୍କର୍ମ ମାମଲା ରୁଜୁ କରିଛି। ନାବାଳିକାର ମେଡିକାଲ ପରୀକ୍ଷଣ ପାଇଁ ପଠାଇ ଦିଆଯାଇଛି। ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.