ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଇଂଜେକଶନ ! ଖୁବ ଶୀଘ୍ର ଏହାର ବ୍ୟବହାରକୁ ମିଳିବ ସବୁଜ ସଙ୍କେତ

ନୂଆଦିଲ୍ଲୀ : ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଇଂଜେକଶନ । ଆଗାମୀ ଦିନରେ ଆଉ ସର୍ଜରୀର ଆବଶ୍ୟକ ପଡ଼ିବ ନାହିଁ ପୁରୁଷ ମାନଙ୍କୁ। କାରଣ ଏଭଳି ଏକ ଗର୍ଭନିରୋଧକ ଇଂଜେକଶନ ବାହାରିଛି ଯାହାକୁ ଥରଟିଏ ବ୍ୟବହାର କଲେ ୧୩ ବର୍ଷ ଚିନ୍ତାମୁକ୍ତ ରହିପାରିବେ । ଭାରତୀୟ ବୈଜ୍ଞାନିକମାନେ ମେଲ କଷ୍ଟ୍ରୋସେଫ୍ଟିଭ ଡେଭଲପ କରିଛନ୍ତି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ନେତୃତ୍ୱରେ ଏହି ପରୀକ୍ଷା କରାଯାଇ ରିପୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି । ଖୁବ ଶୀଘ୍ର ଏହି ଇଂଜେକଶନର ବ୍ୟବହାରକୁ ସବୁଜ ସଙ୍କେତ ମିଳିବ ।

Mantoux_tuberculin_skin_testଏହା ରିଭର୍ସଭଲ ଇନଭେସନ ଅଫ ସ୍ପର୍ମ ଅଣ୍ଡର ଗାଇଡେନ୍ସ ଅଟେ, ଯାହାକି ଏକ ଗର୍ଭନିରୋଧକ ଇଂଜେଶସନ । ଏଯାଏଁ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ପାଇଁ ସର୍ଜରୀ କରାଯାଉଥିଲା ମାତ୍ର ଆଗାମୀ ଦିନରେ ସର୍ଜରୀର ଆବଶ୍ୟକ ପଡ଼ିବ ନାହିଁ । ଏଣିକି ଏକ ଇଂଜେକଶନ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଭାବରେ କାମ କରିବ ବୋଲି ଆଇସିଏମଆର ବୈଜ୍ଞାନିକ ଡାକ୍ତର ଆର.ଏସ ଶର୍ମା କହିଛନ୍ତି ।

downloadଏହି ଇଂଜେକଶନର ସଫଳତା ଦର ୯୫ ପ୍ରତିଶତ ଠାରୁ ଉପରେ ରହିଛି ଏବଂ ଗୋଟିଏ ଥର ଇଂଜେକଶନ ନେବା ପରେ ୧୩ ବର୍ଷ ପର‌୍ୟ୍ୟନ୍ତ କାମ କରିବ । ଡାକ୍ତର ଶର୍ମା କହିଛନ୍ତି, ୧୩ ବର୍ଷର ଆମ ପାଖରେ ରେକର୍ଡ ଅଛି । ଆମେ ଆଶା କରୁଛୁ ଯେ, ଏହି ଇଂଜେକଶନ ଏଥିରୁ ମଧ୍ୟ ଅଧିକ ସମୟ ପାଇଁ କାମ କରିବ । ଆଇଆଇଟି ଖଡ଼ଗପୁର ବୈଜ୍ଞାନିକ ଡକ୍ଟର ଏସ.କେ ଗୁହା ଏହି ଇଂଜେକଶନ ବ୍ୟବହାର ପାଇଁ ଡ୍ରଗ୍ସର ଅନୁସନ୍ଧାନ କରିଥିଲେ । ଏହା ଏକ ପ୍ରକାରର ସିଥେଟିକ ପଲିମର । ସର୍ଜରୀରେ ଜିନ ୨ ଶିରାକୁ କାଟି ଏହାର ଚିକିତ୍ସା କରାଯାଇଥାଏ । ଏହି ମାଧ୍ୟମରେ ଉଭୟ ଶିରାରେ ଇଂଜେକଶନ ଦିଆଯାଇଥାଏ, ଯେଉଁଥିରେ ସ୍ପର୍ମ ଯାଇଥାଏ । ୩୦୩ ଜଣଙ୍କୁ ନେଇ ଏହାକୁ ସଫଳ ପରୀକ୍ଷା ମଧ୍ଯ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.