Below header

ଅପରେସନ ଥିଏଟର ଭିତରେ କଳାକାରନାମା , ସିଭିଲ ସର୍ଜନ ଜଣେ ଷ୍ଟାଫ୍ ନର୍ସଙ୍କୁ ଚୁମ୍ବନ କରିବାର ଦୃଶ୍ୟ ହେଲା ଭାଇରାଲ୍

ଉଜୈନ : ଜଣେ ସିଭିଲ ସର୍ଜନ ଜଣେ ଷ୍ଟାଫ୍ ନର୍ସଙ୍କୁ ଚୁମ୍ବନ କରିବାର ଦୃଶ୍ୟ ହୋଇଛି ଭାଇରାଲ୍ । ଯାହା ଭାଇରାଲ ହେବା କ୍ଷଣି ଘଟଣାରେ ସଂପୃକ୍ତ ଥିବା ସର୍ଜନଙ୍କୁ ବହିଷ୍କାର କରାଯାଇଛି। ତେବେ ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜୈନ ଜିଲ୍ଲା ହସ୍ପିଟାଲରରେ । ଏହି ଘଟଣା ପରେ ଉଜୈନର ଜିଲ୍ଲାପାଳ ଶଶାଙ୍କ ମିଶ୍ର ନିଜ ପ୍ରତିକ୍ରୀୟା ରଖିଛନ୍ତି ।

download (1)ସେ କହିଛନ୍ତି, ଯେଉଁ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହା କୌଣସି ଅଧିକାରୀଙ୍କ ପାଇଁ ଠିକ୍ ନୁହେଁ । ଘଟଣାର ଗମ୍ଭୀରତାକୁ ଦେଖି ହସ୍ପିଟାଲର ସିଭିଲ ସର୍ଜନଙ୍କୁ ବହିଷ୍କାର କରାଯାଇଛି । ତେବେ ସଂପୃକ୍ତ ସିଭିଲ ସର୍ଜନ ଦୁଇ ଦିନ ହେଲା ଛୁଟିରେ ଥିବାବେଳେ ତାଙ୍କୁ ଜିଲ୍ଲାପାଳ ନୋଟିସ୍ କରିଥିବା କହିଛନ୍ତି । ଜିଲ୍ଲା ହସ୍ପିଟାଲର ଅପରେସନ ଥିଏଟର ମଧ୍ୟରେ ଉକ୍ତ ଭିଡିଓଟିକୁ ଉତ୍ତୋଳନ କରାଯାଇଥିବା ଜଣାପଡୁଥିବାବେଳେ, ଏହି ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.