ନାବାଳକର ଗୁପ୍ତାଙ୍ଗରେ ଇଟା ବାନ୍ଧି ଗାଁ ସାରା ବୁଲାଇଲେ, ଜାଣନ୍ତୁ କେଉଁଠି ଘଟିଛି ଏହି ଲୋମଟାଙ୍କୁରା ଘଟଣା

ସଭ୍ୟ ସମାଜର ଅସଭ୍ୟ ଚେହେରା । ନାବାଳକର ଗୁପ୍ତାଙ୍ଗରେ ଇଟା ବାନ୍ଧି ବୁଲାଇଲେ ଦୁର୍ବୃତ୍ତ । କେବଳ ସେତିକି ନାବାଳକକୁ ପିଟି ପିଟି ସାରା ଗାଁରେ ବୁଲାଇଛନ୍ତି । ଘଟଣାଟି ଘଟିଛି ଉତ୍ତର ପ୍ରଦେଶଣ ଶାହାଜାହାଁପୁରରେ । ତେବେ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍‌ ।

ସୂଚନା ଅନୁସାରେ, ଗାଁର ହରିରାମଙ୍କ ସହ ପ୍ୟାରେଲାଲ୍‌ ଏବଂ ଛେଦେଲାଲଙ୍କ କୌଣସି କାରଣ ବସତଃ ବିବାଦ ହୋଇଥିଲା । ବିବାଦର ଦୁଇ ଦିନ ପରେ ହରିରାମଙ୍କର ୧୬ ବର୍ଷର ମାନସିକ ଅନଗ୍ରସର ନାବାଳକ ପୁଅକୁ ଧରି ଗୁପ୍ତାଙ୍ଗରେ ଇଟା ବାନ୍ଧି ପିଟି ପିଟି ଗାଁ ସାରା ବୁଲାଇଥିଲେ । ଏପରିକି ଯେତେବେଳେ ଏହାର ଅଭିଯୋଗ କରିବା ପାଇଁ ବାହାରିଲେ ସେତେବେଳେ ସେମାନେ ପୁରା ପରିବାରକୁ ପିଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.