ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରସ୍ତୁତ ବେଳେ ଡାଲି ହଣ୍ଡାରେ ପଡି ୩ ବର୍ଷର ଶିଶୁ ମୃତ

ଉତ୍ତର ପ୍ରଦେଶ ମିର୍ଜାପୁରର ଏକ ସ୍କୁଲରେ ଅବହେଳା କାରଣରୁ ଏକ ବହୁତ ବଡ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମିଲରେ ପଡି ଜଣେ ୩ ବର୍ଷର ଶିଶୁର ମୃତ୍ଯୁ ହୋଇଛି। ଘରର ଅଲିଅଳି ଝିଅର ଅକାଳ ମୃତ୍ଯୁ ହେବା ପରେ ପରିବାରରେ ଦୁଃଖର ପାହାଡ ଲଦି ପଡିଛି। ଘଟଣାରେ ଜିଲ୍ଲାଧିକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଦେଇଛନ୍ତି। ମାମଲାର ଯାଞ୍ଚ ଚାଲୁଛି।

ସୂଚନା ଅନୁଯାୟୀ ୩ ବର୍ଷର ଝିଅ ଆଞ୍ଚଲ୍‌ ନିଜର ଦୁଇ ଭାଇଙ୍କ ସହିତ ସ୍କୁଲକୁ ଯାଇଥିଲା। ଏହି ସମୟରେ ଖେଳୁ ଖେଳୁ ସେ ଯାଇ ଡାଲି ହଣ୍ଡା ଭିତରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ହସପିଟାଲ ନିଆଗଲା କିନ୍ତୁ ଚିକିତ୍ସା ସମୟରେ ତାର ମୃତ୍ଯୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.