ପୁଲୱାମା: ୟୁପିର ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ମାରିଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣା ସୋମବାର ପୁଲୱାମାର ଏକ ଗାଁରେ ଘଟିଛି। ଏଠାରେ ଆତଙ୍କବାଦୀମାନେ ଉତ୍ତର ପ୍ରଦେଶର ନିବାସୀ ମୁକେଶ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣା ସୋମବାର ପୁଲୱାମାର ଏକ ଗାଁରେ ଘଟିଛି। ଏଠାରେ ଆତଙ୍କବାଦୀମାନେ ଉତ୍ତର ପ୍ରଦେଶର ନିବାସୀ ମୁକେଶ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ନୌପୋରା ଅଞ୍ଚଳରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଶରୀରରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣକ ଉତ୍ତର ପ୍ରଦେଶର ମୁକେଶ କୁମାର ବୋଲି ଜଣାପଡିଛି। ମୁକେଶ ପୁଲୱାମାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ଥାୟୀ ଠିକଣା ବିଷୟରେ ସୂଚନା ସଂଗ୍ରହ କରାଯାଉଛି।

ସେପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷା ବଢ଼ାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ ପୋଲିସ ମାମଲାଗୁଡ଼ିକୁ ହାଲୁକା ଭାବେ ଗ୍ରହଣ କରିପାରିବ ନାହିଁ। ପୋଲିସକୁ ସତର୍କ ରହିବାକୁ ପଡିବ। କାରଣ, ବିପଦ ଏବେ ବି ରହିଛି।

କହି ରଖୁଛୁ, ଜମ୍ମୁ-କାଶ୍ମୀରର ଜଣେ ପୋଲିସ ଅଧିକାରୀଙ୍କ ଉପରେ ଲସ୍କର ଆତଙ୍କବାଦୀଙ୍କ ଆକ୍ରମଣର ଦିନକ ପରେ ଏହି ଘଟଣା ଘଟିଛି। ଶ୍ରୀନଗର ଇଦ୍‌ଗାହଠାରେ ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଇନ୍ସପେକ୍ଟର ମସରୁର ଅହମ୍ମଦଙ୍କ ଉପରକୁ ଗୁଳି ଚଳାଇଥିଲେ।

ଯେଉଁ ସମୟରେ ଏହି ଆକ୍ରମଣ ହୋଇଥିଲା, ସେହି ସମୟରେ ପୋଲିସ ଅଧିକାରୀ କ୍ରିକେଟ୍ ଖେଳୁଥିଲେ। ତାଙ୍କ ଆଖି, ପେଟ ଏବଂ ବେକକୁ ୩ଟି ଗୁଳି ମାରିଥିଲେ ଜଣେ ଆତଙ୍କବାଦୀ। ପୋଲିସ ଅଧିକାରୀଙ୍କ ଅପରେସନ ହୋଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.