ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଭାଇ, ପୋଖରୀରେ ବୁଡି ଚାଲିଗଲା ଜୀବନ

ନୟାଗଡ ଜିଲ୍ଲା ବାଉଁଶିଆପଡା ଅଭିମାନପୁରରେ ଅଘଟଣ ଘଟିଛି । ମୃତକ ହେଲେ ଲିପୁନ କର ଓ ପ୍ରଦୀପ୍ତ ପ୍ରଳୟ କର । ସମ୍ପର୍କରେ ଦାଦା ପୁଅ ଓ ବଡବାପା ପୁଅ ଭାଇ। ଆଜି ସକାଳୁ ଦୁଇଜଣ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ନୟାଗଡ(କେନ୍ୟୁଜ୍): ଦୁଇ ଭାଇଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ନାବାଳକଙ୍କ ଜୀବନ। ନୟାଗଡ ଜିଲ୍ଲା ବାଉଁଶିଆପଡା ଅଭିମାନପୁରରେ ଅଘଟଣ ଘଟିଛି । ମୃତକ ହେଲେ ଲିପୁନ କର ଓ ପ୍ରଦୀପ୍ତ ପ୍ରଳୟ କର । ସମ୍ପର୍କରେ ଦାଦା ପୁଅ ଓ ବଡବାପା ପୁଅ ଭାଇ। ଆଜି ସକାଳୁ ଦୁଇଜଣ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ଗାଧୋଇବା ସମୟରେ ଅସାବଧାନତା ଯୋଗୁ ବୁଡିଯାଇଥିଲେ । ଦୁଇଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁଇଭାଇଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.