ଦାଦନଙ୍କ କରୋନା ଦୁଃଖ, ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ବସାଇ କାଠ ଗାଡ଼ିରେ ଟାଣି ଟାଣି ୬୫୦ କିଲୋମିଟର ଚାଲିଲେ ସ୍ୱାମୀ

ସାତ ଜନ୍ମର ସାଥି, ମୁଁ କଷ୍ଟ ନେବିନି ତ ଆଉ କିଏ ନେବ। ଯେତେ ବି କଠିନ ସମସ୍ୟା ହେଉ ମୁଁ ତୋ ସାଥିରେ ଅଛି। କାହିଁକିନା ହାତ ଧରି ତୋତେ ବାହା ହୋଇଛି। ଏ ଉକ୍ତିଟି ଜଣେ ସ୍ୱାମୀଙ୍କର। ସ୍ୱାମୀ ସ୍ତ୍ରୀର ସମ୍ପର୍କ କେତେ ସୁନ୍ଦର ଆଉ କେତେ ନିବିଡ ତାହା ଆଜି ଆମେ ଆପଣ ଏ ଦୃଶ୍ୟରୁ ଜାଣିପାରିବେ।

ସାରା ଦେଶ ଏବେ ଲକଡାଉନ। ଆଉ ଏହି ଲକଡାଉନ ଅଧିକ କଲବଲ କରୁଛି ପ୍ରବାସୀ ଶ୍ରମିକଙ୍କୁ। କରୋନା ତାଲାବନ୍ଦ ଭିତରେ ଆପଣ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାର ଅନେକ ଚିତ୍ର ପ୍ରତିଦିନ ଦେଖିବାକୁ ପାଉଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଦୃଶ୍ୟ ଦେଖାଇବୁ।

migrant2ଆମେ ଆପଣଙ୍କୁ କହୁଛୁ ଜଣେ ପ୍ରବାସୀ ଶ୍ରମିକଙ୍କ ବିଷୟରେ। ଯାହାଙ୍କର ନାମ ରାମ ଘୋରମାରେ। ମଧ୍ୟପ୍ରଦେଶ ପାଲଘାଟର ଏହି ବ୍ୟକ୍ତି ଜଣଙ୍କ ହାଇଦ୍ରାବାଦରେ ଯାଇ ଠିକା କାମ କରୁଥିଲେ। କିନ୍ତୁ ଲକଡାଉନ କାରଣରୁ କାମ ଧନ୍ଦା ବନ୍ଦ ହୋଇଗଲା। ଏହାପରେ କିଛି ଦିନ ପାଖରେ ଥିବା ଟଙ୍କାରେ ପରିବାର ଚାଲିଥିଲା। କିନ୍ତୁ ସେ ଟଙ୍କା ବି କିଛି ଦିନ ପରେ ସରିଗଲା। ଶେଷରେ ମୁଣ୍ଡ ଗୁଞ୍ଜିବା ପାଇଁ ଗର୍ଭବତୀ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ଧରି ପାଦରେ ଚାଲି ଚାଲି ବାହାରିଲେ ବ୍ୟକ୍ତି। କିନ୍ତୁ କିଛି ବାଟ ଚାଲିବା ପରେ ଗର୍ଭବତୀ ସ୍ତ୍ରୀ ଆଉ ଚାଲି ପାରିଲେନି।

ଏଇଠି ଆପଣ ଭାବୁଥିବେ କଣ ଯାତ୍ରା ସେଇଠି ଘର ବାହୁଡା ଯାତ୍ରା ଅଧାରେ ରହିଗଲା। ନା, ବ୍ୟକ୍ତି ଜଣଙ୍କ ହାର ମାନିଲେନି ଆଉ ଚାଲି ପାରୁନଥିବା ସ୍ତ୍ରୀ ପାଇଁ ବନାଇଦେଲେ କାଠ ସବାରି। କାଠରେ ଏକ ଛୋଟ ଗାଡି ତିଆରି କରି ସେଥିରେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ବସାଇ ୬୫୦ କିଲୋମିଟର ହାତରେ ଟାଣି ଟାଣି ପହଁଚିଲେ ନିଜ ଘର ମଧ୍ୟପ୍ରଦେଶର ପାଲଘାଟରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.