ବଡି ସ୍ପ୍ରେ ବିଜ୍ଞାପନକୁ ନେଇ ବିବାଦ, ୟୁଟ୍ୟୁବ ଏବଂ ଟୁଇଟରରୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ସରକାର
ପୁଣିଥରେ ଏକ ଟିଭି ବିଜ୍ଞାପନକୁ ନେଇ ଦେଖାଦେଇଛି ବିବାଦ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଅର୍ଥାତ୍ ୪ ଜୁନକୁ ଏକ ଟ୍ଵିଟ ଜରିଆରେ ୟୁଟ୍ୟୁବ ଏବଂ ଟ୍ଵିଟରକୁ ବଡି ସ୍ପ୍ରେର ବିଜ୍ଞାପନ ହଟାଇବାକୁ କହିଛି। ଏକ ପରଫ୍ୟୁମ୍ କମ୍ପାନୀ ଏହାର ବିଜ୍ଞାପନରେ ରେପ୍ କଲ୍ଚରକୁ ପ୍ରଶୟ ଦେଉଥିବା ନେଇ ଅଭିଯୋଗ ହୋଇଛି ।
ଏହି ବିବାଦ ପରଫ୍ୟୁମ କମ୍ପାନୀ ଲେୟର ସଟ୍ ଏହାର ଦୁଇଟି ବିଜ୍ଞାପନକୁ ନେଇ ଉପୁଜିଛି । ଆଉ ଏହି ବିବାଦକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ ଏବଂ ଟ୍ୱିଟରରୁ ଏହି ବିଜ୍ଞାପନକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରେପ୍ କଲ୍ଚରକୁ ପ୍ରଶୟ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ କୁହାଯାଯାଇଛି ଯେ, ଏହି ବିଜ୍ଞାପନ ଡିଜିଟାଲ ମିଡିଆ ଗାଇଡଲାଇନ୍ସର ଉଲ୍ଲଘଂନ କରୁଛି ।
I&B Ministry asks Twitter, YouTube to take down “derogatory (Layer’r Shot) ad circulating on social media.” pic.twitter.com/9aFUlKf97z
— ANI (@ANI) June 4, 2022
ଲେୟର ସଟ୍ ବଡି ସ୍ପ୍ରେ ଆଡ୍ରେ ଦେଖିବାକୁ ମିଳିଛି ଯେ, ଗୋଟେ ରୁମକୁ ତିନି ଜଣ ପୁଅ ଆସୁଛନ୍ତି। ପୂର୍ବରୁ ସେହି ରୁମରେ ଜଣେ ପୁଅ ଏବଂ ଜଣେ ଝିଅ ଏକାଠି ବେଡ୍ରେ ବସିଛନ୍ତି। ଏହି ତିନି ଜଣ ପୁଅ ରୁମକୁ ଆସିବା ପରେ ଯୁବତୀ ଜଣକ ଲାଜେଇ ଯାଉଛନ୍ତି। ତିନି ଜଣ ପୁଅ ମଧ୍ୟରୁ ଜଣେ ପଚାରୁଛନ୍ତି, ଏହି ସର୍ଟ ମୋର। ଏହି କଥାରେ ଯୁବତୀ ଜଣକ ରାଗି ଯାଇ ସେହି ଯୁବକକୁ ହଁ ମାରିଦେଇଛନ୍ତି। ଏହା ପରେ ସେହି ତିନି ଜଣ ଯୁବତ କହୁଛନ୍ତି, ଏଥର ଆମ ପାଳି।
ସେହିପରି ଲେୟର ସର୍ଟର ଅନ୍ୟ ଏକ ଭାଇରଲ ଭିଡିଓରେ ଚାରିଜଣ ଯୁବକ ଏକ ଦୋକାନରେ ନଜର ଆସିଛନ୍ତି। ସେମାନେ ପରଫ୍ୟୁମ ରଖାଯାଇଥିବା ସେକ୍ସନକୁ ଯାଆନ୍ତି, ସେଠାରେ ପୂର୍ବରୁ ଥିବା ଜଣେ ଯୁବତୀ ସର୍ଟର ଏକ ବୋତଲ ଧରିଥାନ୍ତି। ଠିକ୍ ସେତିକି ବେଳେ ଯୁବକମାନେ କହୁଛନ୍ତି, ଆମେ ଚାରି ଆଉ ଏ କେବଳ ଜଣେ। ସର୍ଟ କିଏ ନେବ। ଏହି ସମୟରେ ଯୁବତୀ ଜଣକ ମୁହଁ ମୋଡି ଯୁବକଙ୍କ କଥାରେ ଡରିଯାଇଥିବା ଦେଖିବାକୁ ମିଳିଛି।
ଏହାକୁ ନେଇ ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତି ମାଲିୱାଲ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇଥିଲେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେ ପରଫ୍ୟୁମର ଏହି ଭଳି ବିଜ୍ଞାପନକୁ ମହିଳାଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ । ସ୍ୱାତି ମାଲୀୱାଲ ମନ୍ତ୍ରାଳୟ ପତ୍ର ଲେଖିବା ସହ ଦିଲ୍ଲୀ ପୋଲିସରେ ମଧ୍ୟ ଏହାର ଅଭିଯୋଗ କରିଛନ୍ତି ଏବଂ ଏହି ମାମଲାରେ ଏଫଆଇଆର ରୁଜୁ କରିବା ସହ ୯ ଜୁନ୍ ସୁଦ୍ଧା ଆକ୍ସନ ରିପୋର୍ଟ ମାଗିଛନ୍ତି ।
ଏହାସହ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଲେଖିଥିବା ପତ୍ରରେ ସ୍ୱାତି ମାଲିୱାଲ ବିଜ୍ଞାପନକୁ ସୋସିଆଲ ମିଡିଆରେ ବ୍ୟାନ୍ କରିବା ଏବଂ ପରଫ୍ୟୁମ୍ ତିଆରି କରୁଥିବା କମ୍ପାନୀ ଉପରେ ଜରିମାନା ଲଗାଇବାପାଇଁ ଦାବି କରିଛନ୍ତି।