ଛେଳି ଚରାଇବାକୁ ଯାଇଥିବାବେଳେ ମହିଳାଙ୍କୁ ଦଳିଦେଲା ହାତୀ

ସୋର(କେନ୍ୟୁଜ୍‌): ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ କଇଥଗଡ଼ିଆ ଗ୍ରାମର କୁନି ସିଂ (୫୨) ଶନିବାର ସ୍ଥାନୀୟ କରଞ୍ଜନାଳ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ତାଙ୍କର ଛେଳି ହଜିଯାଇଥିଲା ।

ସେ ଛେଳି ଖୋଜିବାକୁ ଜଙ୍ଗଲ ଭିତରକୁ ଯାଇଥିଲା ବେଳେ ହଠାତ୍ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ପ୍ରାଣ ବିକଳରେ ହାତୀ କବଳରୁ ବଞ୍ଚିବା ପାଇଁ ଦୌଡ଼ି ଆସୁଥିବା ବେଳେ ଲତାରେ ତାଙ୍କ ଗୋଡ ଛନ୍ଦି ହେବାରୁ ତଳେ ପଡ଼ି ଯାଇଥିଲେ।

ଯାହଫଳରେ ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା। ସୋର ରେଞ୍ଜର ବବିତା ସୋରେନ ଓ ଫରେଷ୍ଟର ନରେଶ ସିଂ ଘଟଣାସ୍ଥଳରେ ପହଁଚି ଅନୁଧ୍ୟାନ କରିଥିବା ବେଳେ ମୃତଦେହ ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି। ପାହାଡ଼ରେ ବ୍ଲାଷ୍ଟିଂ ଯୋଗୁ ହାତୀମାନେ ଗାଁ ମୁହାଁ ହୋଇ ପ୍ରାୟ ପ୍ରତ୍ୟେକ ଦିନ ଏଭଳି କାଣ୍ଡ ଘଟାଉଛନ୍ତି