Below header

ଏବେ ଦକ୍ଷିଣ ୟୁକ୍ରେନ୍‌ ଉପରେ ରୁଷ୍‌ର ନଜର, ଆକ୍ରମଣ ପାଇଁ ପଠାଇଲା ବିପୁଳ ଗୁଳିଗୋଳା

ୟୁକ୍ରେନର ପୂର୍ବ ଭାଗରେ ଲିସିଚାନ୍‌ସ୍କ ଦଖଲ ପରେ ଏବେ ଦକ୍ଷିଣ ଉପରେ ରୁଷର ଆଖି। ଏଣୁ ଏବେ କ୍ରିମିଆରୁ ସେନା ବାହିନୀର ସ୍ଥିତି ବଦଳାଇଛି ରୁଷ। ଏପରିକି ପେନିନସୁଲାରେ ବସବାସ କରୁଥିବା ୟୁକ୍ରେନ ନାଗରିକଙ୍କୁ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଚାପ ପ୍ରୟୋଗ କରାଯିବ ବୋଲି କ୍ରିମିଆରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରତିନିଧି ସ୍ପଷ୍ଟ କରିଛନ୍ତି।

କ୍ରିମିଆରୁ ବିପୁଳ ଗୁଳି ଗୋଳାକୁ ଖେରସନ ଓବ୍ଲାଷ୍ଟକୁ ପଠାଇଛି ରୁଷିଆ। ଖେରସନର ମିର୍‌ନେକୁ ୧୭ଟି କାର ଗୁଳିଗୋଳା ପଠାଯାଇଥିବା ୟୁକ୍ରେନର ଜେନେରାଲ ଷ୍ଟାଫ କହିଛନ୍ତି। ଅନ୍ୟ ପଟେ ଡୋନେସ୍କ ଓବ୍ଲାଷ୍ଟରେ ମିସାଇଲ ଷ୍ଟ୍ରାଇକ ସହ ପ୍ରବଳ ଗୁଳିମାଡ଼ କରିଛି ରୁଷ। ସ୍ଲୋଭିଆନ୍‌ସ୍କ ଓ କ୍ରାମାଟୋର୍‌ସ୍କରେ ସବୁଠାରୁ ଅଧିକ କ୍ଷତି ହୋଇଛି।

ରୁଷର ମିସାଇଲ ଆକ୍ରମଣରେ ୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ବ୍ଲାକ୍‌ ସି ପଟୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ବଡ଼ ଧରଣର ଯୁଦ୍ଧ ଯୋଜନା କରିଛି ରୁଷ। ରୁଷ୍‌ ଅଧିକୃତ କ୍ରିମିଆ ସେଭାଷ୍ଟୋପୋଲ୍‌ ଦେଇ ବ୍ଲାକ୍‌ ସି’ରେ ରୁଷ୍‌ର ଯୁଦ୍ଧ ଜାହାଜ ଆକ୍ରମଣ ପାଇଁ ମଧ୍ୟ ତୟାର ରହିଥିବା ଜଣାଯାଇଛି।

Also Read: ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ପୂର୍ତ୍ତ ବିଭାଗର ଯାଞ୍ଚ ପରେ ମରାମତି କରିବେ ଭୋଇ ସେବକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.