ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ପୂର୍ତ୍ତ ବିଭାଗର ଯାଞ୍ଚ ପରେ ମରାମତି କରିବେ ଭୋଇ ସେବକ

ପୁରୀ(କେନ୍ୟୁଜ୍‌): ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ। ବୁଧବାର ହେବ ତିନି ରଥର ଦକ୍ଷିଣ ମୋଡ଼। ଏହା ପୂର୍ବରୁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ତିନି ରଥକୁ ଟିକିନିଖି ଯାଞ୍ଚ କରାଯାଇଛି। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଅଢେଇ କିଲୋମିଟର ତିନି ରଥ ଗଡିବା ପରେ ରଥର ଯାଞ୍ଚ ଆବଶ୍ୟକ ପଡ଼ିଥାଏ।

ରଥଯାତ୍ରା ପୂର୍ବରୁ ତିନି ରଥର ଫିଟନେସ ପ୍ରଦାନ କରିଥିବା ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ନେତୃତ୍ୱରେ ଆଜି ତିନି ରଥ ଯାଞ୍ଚ କରାଯାଇଛି। ବୈଷୟିକ ଟିମ୍‌ ଦ୍ୱାରା ଏହି ଯାଞ୍ଚ ହୋଇଛି। ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ତିନି ରଥର ଯାଞ୍ଚ ସମୟରେ ତାଳଧ୍ୱଜ ରଥର ପଡି ନାହାକା ଚକରେ ଫାଟ ଓ ଦେବୀ ଦଳନ ରଥର ବଡଉଛଳା ଚକରେ ଫାଟ ଥିବା ଜଣାପଡିଛି। ସେହିପରି ରଥର ସମସ୍ତ ଚକ, ଅଖ, ପହିକୁ ଯାଞ୍ଚ କରାଯାଇଛି। ଆବଶ୍ୟକ ଥିବା ଛୋଟ ବଡ଼ ମରାମତି ଆସନ୍ତା କାଲି ଭୋଇ ଓ ମହାରଣା ସେବକଙ୍କ ଉପସ୍ଥିତିରେ କରାଯିବ ବୋଲି ଜଣାଯାଇଛି।

PURI 1

ଅନ୍ୟପଟେ ଆଜି ମହାପ୍ରଭୁଙ୍କୁ ଭକ୍ତମାନେ ଆଡ଼ପ ମଣ୍ଡପରେ ସୁରୁଖୁରୁରେ ଦର୍ଶନ କରୁଛନ୍ତି। ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ । ଦତ୍ତ ମହାପାତ୍ର ସେବାୟତ ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

Also Read: ନଗ୍ନ ଫଟୋ ବିକ୍ରି କରି ୟୁକ୍ରେନ୍‌କୁ ଆର୍ଥିକ ସହାୟତା ଯୋଗାଉଛନ୍ତି ମହିଳା, ୩ ମାସ ଭିତରେ ସଂଗ୍ରହ କଲେଣି ୭ ଲକ୍ଷ ଡଲାର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.