ନଗ୍ନ ଫଟୋ ବିକ୍ରି କରି ୟୁକ୍ରେନ୍‌କୁ ଆର୍ଥିକ ସହାୟତା ଯୋଗାଉଛନ୍ତି ମହିଳା, ୩ ମାସ ଭିତରେ ସଂଗ୍ରହ କଲେଣି ୭ ଲକ୍ଷ ଡଲାର

ୟୁକ୍ରେନ୍‌କୁ ସାହାଯ୍ୟ କରିବାକୁ ଲୋକମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି। କିଏ ଜମି ବାଡ଼ି ବିକି ୟୁକ୍ରେନ୍‌ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ତ ଆଉ କିଏ ନିଜ ସଞ୍ଚିତ ଧନକୁ ଦାନ କରୁଛନ୍ତି। ତେବେ ଏବେ ୟକ୍ରେନ୍‌କୁ ସାହାଯ୍ୟ କରିବାକୁ କିଛି ଲୋକ ନିଜ ନଗ୍ନ ଫଟୋ ବିକ୍ରି କରୁଥିବା ଖବର ସାମ୍ନାକୁ ଆସିଛି। ନିଜ ନଗ୍ନ ଫଟୋ ବିକ୍ରି କରି ଲୋକମାନେ ୟୁକ୍ରେନ୍‌ ପାଇଁ ଫଣ୍ଡ ସଂଗ୍ରହ କରୁଥିବା ଜଣାଯାଇଛି।

ଏଭଳି ନଗ୍ନ ଫଟୋରୁ ଫଣ୍ଡିଂ ପାଇଁ ୟୁକ୍ରେନ୍‌ ଯୁବତୀ ନାସ୍ତାସିଆ ନାସ୍‌କୋ ଲୋକଙ୍କୁ ବୁଦ୍ଧି ଦେଇଥିଲେ। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ସେ ଟ୍ଵିଟରରେ ଲୋକଙ୍କୁ ୟୁକ୍ରେନ୍‌କୁ ସହାୟତା ଯୋଗାଇବାକୁ ଅନୁରୋଧ କରିଥିଲେ। କିନ୍ତୁ କେହି ବି ଏଥିପାଇଁ ଆଗଭର ହୋଇନଥିଲେ। ତା’ପରେ ଏହି ୨୩ ବର୍ଷୀୟା ଯୁବତୀ ମଜାରେ କହିଥିଲେ, ଯଦି କେହି ଆର୍ଥିକ ସହାୟତା ଯୋଗାଇପାରୁ ନାହାନ୍ତି ତେବେ ନିଜ ନଗ୍ନ ଫଟୋ ପଠାନ୍ତୁ। ଏହାକୁ ବିକ୍ରି କରି ସେ ଦେଶ ପାଇଁ ସହାୟତା ରାଶି ଯୋଗାଡ଼ କରିପାରିବେ।

ତାଙ୍କ କହିବାନୁସାରେ, ଆଶ୍ଚର୍ଯ୍ୟଜନକ ଭାବେ ୫ ମିନିଟ୍‌ରେ ତାଙ୍କ ପାଖକୁ ୧୦ରୁ ଅଧିକ ଲୋକଙ୍କ ମେସେଜ୍‌ ଆସିଥିଲା। ଆଉ ସମସ୍ତେ ନିଜ ନିଜ ନଗ୍ନ ଫଟୋ ପଠାଇଥିଲେ। ଏହି ଫଟୋକୁ ବିକ୍ରି କରି ସେ ଖାରକିଭ୍‌କୁ ସାହାଯ୍ୟ କରିଥିଲେ। ସେ ଆଡଲ୍ଟ ସାଇଟ୍‌ରେ ଏସବୁ ଫଟୋକୁ ବିକ୍ରି କରୁଥିବା ନେଇ କହିଛନ୍ତି। ଆଉ ଏଥିରୁ ଆସୁଥିବା ଅର୍ଥ ସିଧାସଳଖ ୟୁକ୍ରେନ୍‌ ଆର୍ମିକୁ ପଠାଯାଏ ବୋଲି କହିଛନ୍ତି ନାସ୍ତାସିଆ ନାସ୍‌କୋ।

ଏହି ଅର୍ଥ ସଂଗ୍ରହ କରିବାକୁ ସେ ଓ ତାଙ୍କ ସାଙ୍ଗମାନେ ମିଶି ଏକ ଗ୍ରୁପ ଗଠନ କରିଥିଲେ। ଏହି ଗ୍ରୁପ ସାହାଯ୍ୟରେ ସେ ମାତ୍ର ୩ ମାସ ମଧ୍ୟରେ ୭ ଲକ୍ଷ ଡଲାର ସଂଗ୍ରହ କରିପାରିଥିବା ନେଇ କହିଛନ୍ତି। ତେବେ ଏଭଳି ନଗ୍ନ ଫଟୋ ବିକି ଲୋକ ମାନେ ନିଜ ଅୟସ ପାଇଁ ଟଙ୍କା ରୋଜଗାର କରୁଥିବା ବେଳେ ଏହି ଗ୍ରୁପ୍‌ ଏହି ଅର୍ଥକୁ ଏକ ମହତ୍‌ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି। ଏମାନଙ୍କର ଏହି କାର୍ଯ୍ୟକୁ ଲୋକମାନେ ପ୍ରଶଂସା କରୁଥିବା ଦେଖାଯାଇଛି।

Also Read: ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ପଦ୍ମଶ୍ରୀ ତରୁଣ ମଜୁମଦାରଙ୍କ ୯୧ ବର୍ଷରେ ପରଲୋକ, ଓଡ଼ିଆ ଫିଲ୍ମ ‘ଅକୁହା କଥା’ରେ ଦେଇଥିଲେ ନିର୍ଦ୍ଦେଶନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.