ବିହାର ଶିକ୍ଷା ବୋର୍ଡରେ ବ୍ୟାପକ ଅନିୟମିତତା, ଆଡମିଟ କାର୍ଡରେ ବଦଳିଲା ମାତୃଭାଷା

ବିହାର ବିଦ୍ୟାଳୟ ପରିକ୍ଷା ସମିତି ପୁଣି ଥରେ ନିଜ ଅଜିବ କାରନାମାକୁ ନେଇ ର୍ଚଚ୍ଚାର ପରିସରକୁ ଆସିଛି । ଏର୍ବଷ ମଧ୍ୟ ମାଟ୍ରିକ ଓ ଇଣ୍ଟର ପରୀକ୍ଷାର ଆଡ଼ମିଟ କାର୍ଡରେ ଏକ ବଡ ଧରଣର ଗଡ଼ବଡ଼ ହୋଇଥିବା ନଜର ଆସିଛି । କତକେେ ପରୀକ୍ଷାର୍ଥୀଙ୍କ ବିଷୟ ନେଇ ଗଡବଡ ହୋଇଥିବା ବଳେେ କତକେଙେ୍କର ଲିଙ୍ଗ ନେଇ କାର୍ଡରେ ଗଡବଡ ହୋଇଛି । ଏଣୁ ମାଟ୍ରିକ ତଥା ଇଣ୍ଟର ବା ପ୍ଲସ 2 ଛାତ୍ର ଛାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି । କହି ରଖିବା ଉଚିତ ହବକେି ଆସନ୍ତା ଫବେୃଆରୀ 17 ତାରିଖରୁ ବିହାର ବୋର୍ଡର ଦଶମ ଶ୍ରଣେୀ ପରୀକ୍ଷା ଆରମ୍ଭ ହବୋକୁ ଯାଉଛି ।

ବିହାର ସାସାରାମ ସ୍ଥିତ ଏକ ସ୍କୁଲର ପ୍ରାୟ 80 ଛାତ୍ରଛାତ୍ରୀଙ୍କ ପ୍ରବଶେ ପତ୍ରରେ ଏକ ବଡ ଧରଣର ଏପଟ ସପଟେ ହୋଇଥିବା ଜଣାଯାଇଛି । ଏମିତିକି କତକେଙେ୍କ ପ୍ରବଶେ ପତ୍ରରେ ମାତୃଭାଷା ଭାବେ ବଙ୍ଗାଳି ଲଖୋଯାଇଛି । ଗୋଟେ ପଟେ ଯବେେ ଶିକ୍ଷା ବିଭାଗ ବ୍ୟାପକ ସୁଧାର ନେଇ ଦାବି କରି ଆସୁଛି ସତବେଳେେେ ଅନିୟମିତତା ଓ ଅବହଳୋ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.