Below header

ନାସାରୁ ଅଫର ପରେ ଅଫର ଓ ଟ୍ରମ୍ପଙ୍କ ନିମନ୍ତ୍ରଣ ପରେ ମଧ୍ୟ ନିଜ ସ୍ଥାନରୁ ଘୁଞ୍ଚିବା ପାଇଁ ନାରାଜ ୧୯ ବର୍ଷୀୟ ଗୋପାଳ, ଲକ୍ଷ ଦେଶସେବା

ବିହାର ଭାଗଲପୁର ଧ୍ରୁବଗଞ୍ଜରେ ବାସ କରୁଥିବା ୧୯ ବର୍ଷୀୟ ଗୋପାଳ ଯାହାଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେ ଜଣେ ଏମିତି ମଣିଷ ଯିଏକି ତିନି ତିନି ଥର ନାସାରୁ ଅଫର ପାଇ ମଧ୍ୟ ମନା କରିଦେଇଛନ୍ତି। କେବଳ ସେତିକି ନୁହେଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରିସାରିଛନ୍ତି ତଥାପି ସେ ତାଙ୍କ ସ୍ଥାନରୁ ଘୁଞ୍ଚିବା ପାଇଁ ନାରାଜ। ଏହାର କାରଣ ହେଉଛି ସେ ଦେଶର ସେବା କରିବା ପାଇଁ ଚାଁହୁଛନ୍ତି। ପ୍ରତିବର୍ଷ ଦେଶର ୧୦୦ ଜଣ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ତେବେ ୨୦୧୯ ମସିହାରୁ ସେ ଏହିକାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଏବଂ ୮ ଜଣ ପିଲାଙ୍କର ଆବିଷ୍କାରକୁ ସେ ପ୍ରୋଭିଜିନାଲ ପେଟେଣ୍ଟ ମଧ୍ୟ କରାଇଛନ୍ତି। ବର୍ତ୍ତମାନ ଗୋପାଳ ଡେରାଡୁନର ସରକାରୀ ଗ୍ରାଫିକ ଏରା ଇନଷ୍ଟିଚ୍ୟୁଟ ଲ୍ୟାବରେ ଟେଷ୍ଟିଙ୍ଗ କରୁଛନ୍ତି। ତେବେ ଆଗକୁ ସେ ଝାଡ଼ଖଣ୍ଡରେ ଲ୍ୟାବ ବନାଇ ସେଠାରେ ରିସର୍ଚ୍ଚ କରିବେ ବୋଲି କହିଛନ୍ତି।

गोपाल ने 12वीं क्लास में पढ़ते हुए बनाना बायो सेल की खोज की।

 

ଗୋପାଳ ମଡେଲ ହାଇସ୍କୁଲ ତୁଳସୀପୁରଠାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ତେବେ ୨୦୧୩-୧୪ ମସିହାରେ “ବାନାନା ବାୟୋ ସେଲ”ର ଆବିଷ୍କାର ପାଇଁ ତାଙ୍କୁ ଇନସ୍ପାୟାର୍ଡ ଆୱାର୍ଡ ମଧ୍ୟ ମିଳିଥିଲା ସେତେବେଳେ ସେ ଦଶମ ଶ୍ରେଣୀରେ ପଢୁଥିଲେ। ୨୦୦୮ ମସିହାରେ ତାଙ୍କ ଗ୍ରାମରେ ବନ୍ୟା ଆସିଥିଲା ଏବଂ ସବୁକିଛି ନଷ୍ଟ ହୋଇଯାଇଥିଲା ଯେଉଁ କାରଣରୁ ତାଙ୍କ ପିତା ପ୍ରେମରଞ୍ଜନ ତାଙ୍କୁ ଆଗକୁ ପାଠ ପଢାଇ ପାରିନଥିଲେ। ତେବେ ଏତିକିରେ ହାରିଯାଇନଥିଲେ ଗୋପାଳ, ସେ ଭାବିଲେ କିଛି ଏପରି କରିବେ ଯେଉଁଥିରେ ତାଙ୍କୁ ସ୍କଲାରସିପ ମିଳିବ।

इन दिनों गोपाल देहरादून की लैब में रिसर्च कर रहे हैं।

୨୦୧୭ ମସିହା ଅଗଷ୍ଟ ମାସ ୩୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ଆଉ ତାପରେ ମୋଦି ତାଙ୍କୁ ଏନଆଇଏଫ ଅହମଦାବାଦ ପଠାଇଥିଲେ। ଯେଉଁଠାରେ ସେ ଛଅଟି ଆବିଷ୍କାର କରିଥିଲେ। ବର୍ତ୍ତମାନ ତାଙ୍କ ନାମ ବିଶ୍ଵର ୩୦ ଜଣ ଷ୍ଟାର୍ଟଅପ ସାଇଣ୍ଟିଷ୍ଟଙ୍କ ମଧ୍ୟରେ ରହିଛି। ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ଅବୁଧାବିରେ ହେବାକୁ ଯାଉଥିବା ସବୁଠାରୁ ବଡ଼ ସାଇନ୍ସ ଫେୟାରରେ ଗୋପାଳ ଚିପ ସ୍ପିକର ରହିବେ।

 

 

ଏବେ ଆସନ୍ତୁ ଜାଣିବା ୱେଷ୍ଟ ପେପରରୁ ବିଜୁଳି ଓ କଦଳୀ ଗଛରୁ ନାନୋ ଫାଇବର ବନାଇଥିବା ଗୋପାଳଙ୍କର ଆଉକିଛି ୟୁନିକ ଏକ୍ସପେରିମେଣ୍ଟ ବିଷୟରେ..

बनाना लीफ शीट।

  • Paper Bio Cell
  • Goponium Alloy
  • G Star Powder
  • Hydro Electric Bio Cell
  • Solar Mile
  • Gopalasaka
  • BANANA NANO FIBER AND CRYSTAL
  • Biodegradable Plastic
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.